୨୦୨୧ ଆଉ କିଛିଦିନ ମଧ୍ୟରେ ସଂ,ଅପ୍ଟ ହୋଇଯିବ, ଏହାପରେ ନୂତନବର୍ଷ ୨୦୨୨ ସଭିଙ୍କ ପାଇଁ ନୂଆ ଇଛା, ନୂତନ ଉଦ୍ଧିପନ୍ନା, ନୂଆ ସ୍ବପ୍ନ, ନୂଆ ଲକ୍ଷ, ନୂଆ ଆହ୍ୱାନ ନେଇ ଆସିବ l ଆମେ ସମସ୍ତେ ଏହା ପୂର୍ବରୁ ଗତ ବର୍ଷ ଓ ତାର ପୂର୍ବ ବର୍ଷ କରୋନା ମହାମାରୀ ଦ୍ୱାରା ବିଶ୍ୱବାସୀଙ୍କୁ ଆକ୍ରାନ୍ତ କରାଇଥିଲା l ଯାହା ସମଗ୍ର ମଣିଷ ସମାଜ ପାଇଁ ଗୋଟିଏ ବଡ ବିପଦ ଥିଲା l ବର୍ତମାନ ପୁରୁଣା ବର୍ଷକୁ ବିଦାୟ ଦେଇ ସମସ୍ତେ ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ କରି ଦେଲେଣି l
ଆସନ୍ତୁ ଜାଣିବା ନୂଆ ବର୍ଷ ୨୦୨୨, ୧୨ଟି ରାଶି ପାଇଁ କଣ ନେଇ ଆସୁଛି –
୧) ମେଷ ରାଶି :- ରାଶିଫଳ ୨୦୨୨ ଅନୁସାରେ ମଂଗଳଗ୍ରହ ୧୬ ଜାନୁଆରୀ ରୁ ଧନୁ ରାଶିରେ ପ୍ରବେଶ କରିବ l ମଂଗଳଗ୍ରହ ପ୍ରଭାବରେ ଆର୍ଥିକ ଦୃଷ୍ଟି କୋଣରୁ ଆପଣ ସ୍ୱଚ୍ଛଳ ରହିବେ l ଚଳିତ ବର୍ଷ ବ୍ୟବସାୟରେ ଆପଣଙ୍କ ରୁଚି ବଢିବ l ନୂତନ ବର୍ଷରେ ବିଦେଶ ଯାତ୍ରାର ମଧ୍ୟ ସୁଯୋଗ ମିଳିପାରେ ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି l କିଛିଟା କାର୍ଯ୍ୟକୁ ନେଇ ଆପଣ ଚିନ୍ତାରେ ରହିବା ସହ ଦୃଢ ନିଷ୍ପତି ମଧ୍ୟ ନେଇ ପାରନ୍ତି l
ବୃହସ୍ପତି ଓ ଶନି ଙ୍କ ଚତୁର୍ଥ ସ୍ଥାନରେ ରହିବା କାରଣରୁ ଭଲ ଦୃଷ୍ଟି ରହିବ l ସେଥିପାଇଁ ପାରିବାରିକ ଜୀବନ ସୁଖ ଓ ସୌହାର୍ଦ୍ୟପୁର୍ଣ ରହିବ l ବର୍ଷର ଶେଷ ସମୟ ବେଳକୁ ଘରେ କିଛିଟା ଶୁଭ କାର୍ଯ୍ୟ ହେବାର ମଧ୍ୟ ସମ୍ଭାବନା ରହିଛି l ବିବାହିତ ଜୀବନରେ ଉତେଜନା ଦେଖା ଦେଇପାରେ l ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବ, କିନ୍ତୁ ବୟସ୍କ ମାନେ କୌଣସି ନା କୌଣସି ରୋଗରେ ପୀଡିତ ହୋଇ ପାରନ୍ତି l ଛାତ୍ରଛାତ୍ରୀ ମାନେ ମାଧ୍ୟମ ଧରଣର ପ୍ରଦର୍ଶନ କରିବେ l
୨) ବୃଷ ରାଶି :- ୨୦୨୨ ରେ ବୃଷ ରାଶିରେ ବୃହସ୍ପତି ଅଧିକାଂଶ ସମୟ ଦଶମ ସ୍ଥାନରେ ରହିବେ l ତେଣୁ ଏହି ସମୟ ଆପଣଙ୍କ ପାଇଁ ଖୁବ ଭଲ ସମୟ ହେବ l ବୃହସ୍ପତି ଦସମରେ ରହୁଥିବା କାରଣରୁ ଫଳ ସ୍ୱରୂପ କାର୍ଯ୍ୟ କ୍ଷେତ୍ରରେ ଭଲ ଫଳ ମିଳିବ l ଏହାଛଡା ଯଦି ଆପଣ ବ୍ୟବସାୟ ସମ୍ବନ୍ଧିତ କ୍ଷେତ୍ରରେ ଲାଭ ମଧ୍ୟ କରିବେ l ଆପଣ ଆସନ୍ତା ବର୍ଷ ଯାହାବି ପରିଶ୍ରମ କରିବେ ତାହା ଆପଣଙ୍କୁ ଭଲ ଫଳ ଦେବ l ବ୍ୟବସାୟିକ ଦୃଷ୍ଟି କୋଣରୁ ଆସନ୍ତା ବର୍ଷ ଖୁବ ଶୁଭଫଳ ମିଳିବ l ଶନି ଦେବ ଆସନ୍ତା ବର୍ଷ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବେ l ଅପ୍ରେଲ ମାସରେ ଗୁରୁ ଗୋଚର ଓ ପଞ୍ଚମ ଭାବରେ ଗୁରୁ ଙ୍କ ଦୃଷ୍ଟି ରହୁଥିବା କାରଣରୁ ନବବିବାହିତ ମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତ ହେବ l
ବର୍ଷ ୨୦୨୨ ର ଆରମ୍ଭରେ ସ୍ୱାସ୍ଥ୍ୟ ଗତ ଦୃଷ୍ଟି କୋଣରୁ ମାଧ୍ୟମ ଧରଣର ରହିବ l କାରଣ ଏହି ସମୟରେ ରହୁ ଓ କେତୁ ଆପଣଙ୍କ ରାଶିର ସପ୍ତମ ସ୍ଥାନରେ ରହିବେ l ବିଶେଷ ଭାବରେ ଆପଣ ନୂତନ ବର୍ଷରେ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ l ଯଦି ଆପଣ ନୂଆ ବର୍ଷରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ ନାହିଁ l କାରଣ ଏହା ଭଲ ଫଳ ପ୍ରଦାନ କରିବ ନାହିଁ l ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସନ୍ତା ବର୍ଷ ଶୁଭ ଫଳ ମିଳିବ l ସନ୍ତାନ ମାନଙ୍କ ନିକଟରୁ ଖୁସି ଖବର ପାଇବେ l ମିଶାମିଶି ଭାବରେ ମିଶ୍ର ଫଳ ପାଇବେ l
୩) ମିଥୁନ ରାଶି :- ୨୦୨୨ରେ ଆପଣଙ୍କୁ କ୍ୟାରିଅର ରେ ଉନ୍ନତି ମିଳିବ l ସମୟର ସୁଯୋଗ ନେବା ଅପେକ୍ଷା ଆପଣ ନିଜ କାମକୁ ଧ୍ୟାନ ଦିଅନ୍ତୁ l ବ୍ୟବସାୟରେ ଉନ୍ନତି ହେବାର ଆଶଙ୍କା ରହିଛି l ଯଦି ମିଥୁନ ରାଶିର ବ୍ୟକ୍ତି କୌଣସି ନୂତନ ପ୍ରୋଜେକ୍ଟ କୁ ନେଇ ଯୋଜନା କରିବାକୁ ଯଦି ଚାହୁଁଛନ୍ତି ତେବେ ଆପଣ ଧ୍ୟାନ ରଖନ୍ତୁ ଯେ ବର୍ଷର ୬ମାସ ଯିବା ପରେ ଉକ୍ତ ପରିଯୋଜନା ରେ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଶୁଭ ହେବ l
ଚଳିତ ବର୍ଷ ପାରିବାରିକ ଜୀବନ ପାଇଁ ଖୁବ ଅନୁକୂଳ ରହିବ l ଘରର ଆବଶ୍ୟକତା ଅନୁସାରେ ଆପଣ ବିଭିନ୍ନ ନୂତନ ଜିନିଷ କିଣିବେ l ଘରେ ଆପଣଙ୍କର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିବ l ଆସନ୍ତା ବର୍ଷ ଆପଣ ଜିଜ ସ୍ୱାସ୍ଥ୍ୟ କୁ ନେଇ ସଚେତନ ରହିବେ l ଅପ୍ରେଲ ମାସ ପର୍ଯ୍ୟନ୍ତ ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡିବ l ଆସନ୍ତା ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ l ଆପଣଙ୍କୁ ଅଧିକ ନହେଲେ ମଧ୍ୟ ଲାଭ ମିଳିବାର ସମ୍ଭାବନା ରହିଛି l ଆସନ୍ତା ବର୍ଷ ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ସଫଳତା ହାସଲ କରିବେ l ଉଚ ଶିକ୍ଷା ପାଇଁ ଇଛୁକ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ବିଦ୍ୟାଳୟ ରେ ଶିକ୍ଷାଲାଭ କରି ପରିବେ l ମହିଳାମାନେ ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରିବେ l
୪) କର୍କଟ ରାଶି :- ରାଶିଫଳ ୨୦୨୨ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ର ଫଳ ରହିବ l ଏହି ସମୟରେ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଓ ପଦୋନ୍ନତି ଲାଭ ହେବ l ବ୍ୟବସାୟ କ୍ଷେତ୍ରରେ ବର୍ଷର ଆରମ୍ଭ ରେ ଏତେ ଅନୁକୂଳ ରହିବ ନାହିଁ ଓ ସଫଳତା ହାସଲ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ l ଆପଣ ଚାକିରୀରେ ପଦୋନ୍ନତି ଲାଭ କରିବେ l ପରିବାରେ ସୁଖର କମି ଅନୁଭବ କଲେ ମଧ୍ୟ ପରିବାର ସଦସ୍ୟଙ୍କ ସହଯୋଗ ରେ ମଧ୍ୟ କମିବା ଅନୁଭବ କରିବେ l ଯେଉଁ କାରଣରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଉତେଜନା ପୁର୍ଣ ରହିବ l କାର୍ଯ୍ୟ ଚାପରେ ପରିବାର ମଧ୍ୟରେ ମନୋମାଳିନ୍ୟ ଦେଖାଦେବ l ଆସନ୍ତା ବର୍ଷ ନବ ବିବାହିତା ଦମ୍ପତିଙ୍କୁ ଶୁଭ ଫଳ ମିଳିପାରେ l
ସ୍ୱାସ୍ଥ୍ୟରେ ଉପର ତଳ କାରଣରୁ ଆପଣଙ୍କୁ ସତର୍କ ରହିବାକୁ ପଡିବ l ଖାଦ୍ୟପେୟ ରେ ସତର୍କ ରହିବାକୁ ପଡିବ l ବର୍ଷର ଅଧା ରୁ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିବାର ସମ୍ଭାବନା ରହିଛି l ଏହି ସମୟରେ ମନରେ ସକାରାତ୍ମକ ଭାବନା ରଖିବା ଆବଶ୍ୟକ l ଆସନ୍ତା ବର୍ଷ ଆପଣ ଖର୍ଚ ଉପରେ ନିୟନ୍ତ୍ରଣ ରଖିଲେ ହିଁ ଆର୍ଥିକ ଦୃଷ୍ଟି କୋଣରୁ ସକ୍ଷମ ହୋଇ ପାରିବେ l ସମ୍ପତି ପାଇଁ ଯଦି ଆପଣ କୌଣସି ନିବେଶ କରିବାକୁ ଚାହୁଁଛନ୍ତି ତେବେ ସାମାନ୍ୟ ସତର୍କ ରୁହନ୍ତୁ l କାରଣ ଅଧିକ ଖର୍ଚ୍ଚ ସମ୍ଭାବନା ରହିଛି l ଆସନ୍ତା ବର୍ଷ ଆରମ୍ଭରେ ଛାତ୍ରଛାତ୍ରୀ ଙ୍କ ପାଇଁ ସାମାନ୍ୟ ଉପର ତଳ ରହିବ l ଉଚ୍ଚ ଶିକ୍ଷା ପାଇଁ ଇଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ମାସ ପରେ ବୃହସ୍ପତି ପ୍ରବେଶ କରିବ l ସେତେବେଳେ ଛାତ୍ର ମାନଙ୍କ ପାଇଁ ଶୁଭ ଫଳ ମିଳିବ l ମହିଳା ମାନେ ନିଜ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ସଚେତନ ରହିବେ l
୫) ସିଂହ ରାଶି :- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷର ଆରମ୍ଭ ଶୁଭ ରହିବ l ଏହି ସମୟରେ ଆପଣ ନିଜର କାର୍ଯ୍ୟକୁ ଖୁବ ଧ୍ୟାନ ଦେବେ l ମଇ ମାସ ପରେ ଆପଣ କାର୍ଯ୍ୟ କ୍ଷେତ୍ରରେ କୌଣସି ଯାତ୍ରା କରି ପାରନ୍ତି l ଆପଣ କିନ୍ତୁ ଏହି ସମୟରେ ନିଜ ବ୍ୟବସାୟ କୁ ନେଇ ସନ୍ତୁଷ୍ଟ ରହିବେ l ଚାକିରିଆ ମାନେ ନିଜ କାର୍ଯ୍ୟ ସ୍ଥଳରେ ମାନସମ୍ମାନ ଲାଭ କରିବେ l ନୂଆ ବର୍ଷରେ ସିଂହ ରାଶିର ବ୍ୟକ୍ତିମାନେ ନିଜ ପିତାମାତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ l ସିଂହ ରାଶିର ବ୍ୟକ୍ତିଙ୍କୁ ବୈବାହିକ ଜୀବନରେ ସୁଖ ମିଳିବା ସହ ସନ୍ତାନ ପ୍ରାପ୍ତି ମଧ୍ୟ ହୋଇପାରେ l ନିଜର ସ୍ୱାସ୍ଥ୍ୟକୁ ନେଇ ଅଧିକ ସଜାଗ ରହିବେ, କାରଣ ଅଧିକ ସମୟ ଥଣ୍ଡା ଜନିତ ସମସ୍ୟା ଦ୍ୱାରା ଆକ୍ରାନ୍ତ ମଧ୍ୟ ହୋଇ ପାରନ୍ତି l ସମସ୍ତ ଶାରୀରିକ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ ଯୋଗ ଓ ବ୍ୟାୟାମ କରିବା ଆବଶ୍ୟକ l
୨୦୨୨ ରେ ଆପଣଙ୍କ ଖର୍ଚ୍ଚ ଅଧିକ ବଢିବ ଓ ଏହି କାରଣରୁ ଆପଣ ଆର୍ଥିକ ଦୃଷ୍ଟିରୁ ହଇରାଣ ହୋଇ ପାରନ୍ତି l ଅପ୍ରେଲ ମାସ ପରେ ଆପଣ ଯଦି ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ନିଜ ଜୀବନସାଥୀ ଙ୍କ ସହିତ ଭାଗିଦାରୀ ରେ ବ୍ୟବସାୟ କରନ୍ତୁ ସଫଳତା ପାଇବେ l ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁଯୋଗ ମିଳିବ ଅପ୍ରେଲ ମାସ ପରେ l ଯେଉଁ ଛାତ୍ରଛାତ୍ରୀ ମାନେ ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି ସେମାନେ ସେପ୍ଟେମ୍ୱର ମାସ ପରେ ସେହି ସୁଯୋଗ ପାଇ ପାରିବେ l ମହିଳାମାନେ ବିଭିନ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ ଓ ବ୍ୟବସାୟରେ ମଧ୍ୟ ନିଜର ଭାଗ୍ୟ ଆପଣାଇ ପାରିବେ l