Odisha news

ସ୍ମାର୍ଟ ନେମ୍‌ପ୍ଲେଟ୍‌

0

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ଉଜ୍ଜୟିନୀ ସହରର ୱାର୍ଡ ୫୧ ଅନ୍ତର୍ଗତ ମହାନନ୍ଦାନଗର ଘର ନଂ. ଏ-୨-୨ରେ ଦେଶର ପ୍ରଥମ ସ୍ମାର୍ଟ ନେମ୍‌ପ୍ଲେଟ୍‌ ଲଗାଯାଇଛି । ଏହି ଘରେ ଜନୈକା କୃଷ୍ଣାଦେବୀ ଅଗ୍ରୱାଲ ଭଡ଼ାରେ ରହୁଛନ୍ତି । ସ୍ମାର୍ଟ ନେମ୍‌ପ୍ଲେଟ୍‌ରେ ଏକ କୁ୍ୟ-ଆର୍‌ କୋଡ୍‌ ଅଙ୍କିତ ହୋଇଛି । କୋଡ୍‌ରୁ ଜଣାପଡ଼ିବ ନିଗମର ସ୍ୱିପର୍‌ ଆସିଛି କି ନାହିଁ, ପିଲାଙ୍କ ଆବାସୀୟ ବିଦ୍ୟାଳୟ ମଧ୍ୟ ସଞ୍ଚାଳିତ ହେବ । ତିନି ମାସ ପରେ ଘର ମାଲିକ କୁ୍ୟ-ଆର୍‌ କୋଡ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଟାକ୍ସ ଭରିପାରିବେ । ସ୍ମାର୍ଟ ସିଟି କମ୍ପାନୀ ପ୍ରାଇଭେଟ୍‌ ବ୍ୟାଙ୍କ୍‌ ସହଯୋଗରେ ସହରର ସମସ୍ତ ୧.୨୦ ଲକ୍ଷ ଘରେ ଏହି ନେମ୍‌ପ୍ଲେଟ୍‌ ଲଗାଯାଉଛି । ଏଥିପାଇଁ ଘର ମାଲିକଙ୍କଠାରୁ କୌଣସି ଶୁÂ ନିଆଯାଉନାହିଁ । ମେୟର୍‌ ମୀନା ଜୋନୱାଲ କହିଛନ୍ତି ସ୍ମାର୍ଟ ନେମ୍‌ପ୍ଲେଟରୁ ଭବିଷ୍ୟତରେ ଅନ୍ୟ ଫାଇଦା ମିଳିବ, ଯଥା ଏହାଦ୍ୱାରା ଇଲେକଫ୍ରି ବିଲ୍‌ ଓ ଅନ୍ୟ ବିଭାଗର ଅନ୍‌ଲାଇନ୍‌ ସୁବିଧା ଓ ସେବା ଦିଆଯାଇପାରେ ।

Leave A Reply