ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବେ ନିଜ ଦେଶରେ ବିବାଦୀୟ ହୋଇ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାକୁ ଯାଉଥିବାବେଳେ ଏକ ଅନ୍ତର୍ରାଷ୍ଟ୍ରୀୟ ଲଗ୍ଜରି ବ୍ରାଣ୍ଡ୍ ଅଭିଯାନର ଅଂଶବିଶେଷ ହେବା ତାଙ୍କ ପାଇଁ ଆଶା ସଞ୍ଚାର କରିଛି । ଦୀପିକା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଫ୍ୟାନ୍ଙ୍କୁ ଏହି ଗୁଡ଼୍ ନୁ୍ୟଜ୍ ଦେଇଛନ୍ତି । ଏହାର ଫଟୋ ସେୟାର କରି କ୍ୟାପ୍ସନ୍ରେ ସେ ଲେଖିଛନ୍ତି, ‘ମୁଁ ଲୁଇ ଭୁଇଟନ୍ ପରିବାରରେ ସାମିଲ ହେବା ଯୋଗୁ ଉଲ୍ଲସିତ । ଦୁନିଆର ସବୁଠୁ ପ୍ରତିଷ୍ଠିତ ବ୍ରାଣ୍ଡ୍ ନିକୋଲସ୍ ଭିଜନ୍ର ଅଂଶ ହେବା ମୋ ପାଇଁ ନିଶ୍ଚିତ ରୂପେ ରୋମାଞ୍ଚକ ।’ ଦୀପିକା ପ୍ରି-ଫଲ୍ ୨୦୨୦ ଅଭିଯାନରେ ଟପ୍ ଫ୍ୟାଶନ୍ ବ୍ରାଣ୍ଡ୍ ପାଇଁ ସୋଫି ଟର୍ନର, ଏମ୍ମା ରବର୍ଟସ, ଲି ସେୟଡୋକ୍ସ, କ୍ଲୋ ଗ୍ରେସ୍ ମୋରେଟ୍ଜ, ଏଲିସିୟା ୱିକେଣ୍ଡର୍ ସହିତ ନଜରକୁ ଆସିବେ । ଏହି ପୋଷ୍ଟରର୍ ଶୀର୍ଷକ ‘ଡୋଣ୍ଟ୍ ଟର୍ନ ଆରାଉଣ୍ଡ୍’ ।