Odisha news

ପୃଥିବୀର ଏପରି ଗୋଟିଏ ସ୍ଥାନ ଯେଉଁଠି ଦେଖା ଯାଇଥାଏ ଆକାଶ ଗଙ୍ଗା : ଏଠାରେ ମାତ୍ର ରହୁଛନ୍ତି ୧୭୦ ଜଣ ଲୋକ

0

ନୂଆଦିଲ୍ଲୀ :ଦୁନିଆରେ ଏପରି ଗୋଟିଏ ସ୍ଥାନ ରହିଛି ଯାହା ପ୍ରାକୃତିକ ତାରା ମଣ୍ଡଳ ଅଟେ ,ଏହାର ପ୍ରାକୃତିକ ପ୍ଲାନେଟୋରିୟମ l ଏହା ଏକ ଜ୍ୱାଳାମୁଖୀ ଦ୍ବୀପ ଅଟେ ଓ ଏଠାରେ ମଣିଷ ମଧ୍ୟ ରୁହନ୍ତି l ଏହି ଦ୍ବୀପରୁ ରାତି ସମୟରେ ଆକାଶ ଗଙ୍ଗା ରାତି ସମୟରେ ସଫା ଭାବରେ ଦେଖା ଯାଇଥାଏ l

ଏହି ଦ୍ବୀପର ନାମ ହେଉଛି ଆଓଗାସୀମା l ଏହା ଫିଲିପିନ ସାଗର ସ୍ଥିତ ଜାପାନର ଏକ ଜ୍ୱାଳାମୁଖୀ ଦ୍ବୀପ ଅଟେ l ଜାପାନର ରାଜଧାନୀ ଟୋକିଓ ରୁ ୩୫୮ କିଲୋମିଟର ଦୂର ଦକ୍ଷିଣରେ ସ୍ଥିତ ଅଟେ l ଏହି ଦ୍ବୀପର କ୍ଷେତ୍ରଫଳ ୮.୭୫ ବର୍ଗ କିଲୋମିଟର ଅଟେ l ଆଓଗାସୀମା ଦ୍ଵୀପରେ ସମୁଦାୟ ୧୭୦ ଜଣ ଲୋକ ରୁହନ୍ତି l ଏହି ଦ୍ବୀପର ଖାସ କଥାଟି ହେଉଛି ଯଦି ଆକାଶ ସଫା ଥାଏ ତେବେ ଏଠାରୁ ଆକାଶଗଙ୍ଗା ଦେଖାଯାଇ ଥାଏ l

ଏହି ଦ୍ବୀପ ଜାପାନର ଫୁଜି-ହାକୋନ-ଇଜୁ ଜାତୀୟ ଉଦ୍ୟାନର ପରିଧିରେ ଆସିଥାଏ l ଏହି ଦ୍ଵିପରେ ଅବସ୍ଥିତ ଜ୍ୱାଳାମୁଖୀର ଉଚତା ୩.୫ କିଲୋମିଟର ଓ ଚଉଡା ୨.୫ କିଲୋମିଟର ଅଟେ l ଏହି ଦ୍ବୀପର ସବୁଠୁ ଉଚା ଅଂଶ ୧୩୮୮ ଫୁଟ ର ଅଟେ l ୱାର୍ଲଡ ଲାଇଫ ଇଣ୍ଟରନେଶନାଲ ସଂସ୍ଥା ଦ୍ୱାରା ଏହି ଦ୍ୱୀପକୁ ମହତ୍ଵପୁର୍ଣ ଦ୍ବୀପର ମାନ୍ୟତା ଦିଆଯାଇଛି l ଏହି ଦ୍ଵିପରେ ଜାପାନୀ ପକ୍ଷୀ ମାନଙ୍କର ସମାବେଶ ହୋଇଥାଏ l ଏହି ଦ୍ଵିପରେ ମଣିଷମାନେ କେବେଠୁ ରହୁଛନ୍ତି ଏହି ବିଷୟରେ କୌଣସି ସଠିକ ସୂଚନା ମିଳି ନାହିଁ l ଏହି ଦ୍ବୀପ ବିଷୟରେ ସେତେବେଳେ ଲୋକମାନେ ଜାଣିଲେ ଯେବେ ୧୬୫୨ ମସିହାରେ ପ୍ରଥମ ଥର ଜ୍ୱାଳାମୁଖୀ ଫାଟିଥିଲା l ପୁଣି ଆଉଥରେ ୧୭୮୩ ରେ ଜ୍ୱାଳାମୁଖୀର ଆଉଥରେ ବିସ୍ଫୋଟ କାରଣରୁ ୬୩ ଟି ପରିବାର ନିଜର ଘର ଛାଡି ଦେଇଥିଲେ l

Leave A Reply