Odisha news

ପାକିସ୍ତାନର ପୂର୍ବ ରାଜଦୂତ ଖୋଲିଲେ ଗୁମର : ଲାଡେନ ପାଖରୁ ନୱାଜ ସରିଫ ନେଉଥିଲେ ବିପୁଳ ଅର୍ଥ

0

ନୂଆଦିଲ୍ଲୀ :ପାକିସ୍ତାନର ପୂର୍ବତନ ରାଜଦୂତ ଅବିଦା ହୁସେନ ଗୋଟିଏ ବଡ଼ କଥା ଖୋଲିଛନ୍ତି l ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ଅଲକାଇଦା ଆତଙ୍କବାଦୀ ଓସମା ବିନ୍ ଲାଡେନକୁ ସହାୟତା କରୁଥିଲେ ଓ ତା ପାଖରୁ ଆର୍ଥିକ ସହାୟତା ମଧ୍ୟ ନେଉଥିଲେ lଏକ ବିଶେଷ ସୂତ୍ରରୁ ଜଣା ପଡିଛି ପୂର୍ବତନ ରାଜଦୂତ କହିଛନ୍ତି ‘ଓସମା ବିନ୍ ଲାଡେନ ନୱାଜ ସରିଫଙ୍କୁ ସାହାଯ୍ୟ କରୁଥିଲା l କିନ୍ତୁ ଏହା ଏକ ଜଟିଳ କାହାଣୀ ଅଟେ l ଲାଡେନ ତାଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଉଥିଲା l ”

ନୱାଜ ସରିଫଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ଅବିଦl ହୁସେନ କହିଛନ୍ତି ଗୋଟିଏ ଏପରି ସମୟ ଥିଲା ଲାଡେନ ଲୋକପ୍ରିୟ ଥିଲା ଓ ତାକୁ ଆମେରିକା ସହିତ ଅନେକ ଦେଶ ପସନ୍ଦ କରୁଥିଲେ ,ପରେ ତାକୁ ସମସ୍ତେ ଅଣଦେଖା କରିଥିଲେ l ତାଙ୍କର ଏହି ବୟାନ ପାକିସ୍ତାନର ତାହରିକ -ଏ -ଇନ୍ସାଫ ର ସଦସ୍ୟ ଫରୁଖ ହବିବ ଙ୍କ ଆରୋପ ପରେ ସାମ୍ନାକୁ ଆସିଛି l ୩ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିବା ନୱାଜ ସରିଫଙ୍କ ଉପରେ ଅନେକଥର ଆରୋପ ଲାଗିଥିଲା ଯେ ସେ ଓସମା ପାଖରୁ ପଇସା ନେଉଥିଲେ l

ଭ୍ରଷ୍ଟାଚାରର ଆରୋପ ପରେ ୨୦୧୭ ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନେତୃତ୍ବରୁ ହଟା ଯାଇଥିଲା ଓ ସେ ବର୍ତମାନ ଜାମିନ ନେଇ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି l ୨୦୧୬ ରେ ଗୋଟିଏ ପୁସ୍ତକ ଜରିଆରେ ଏହି କଥା ସାମ୍ନାକୁ ଆସିଥିଲା ଯେ ନୱାଜ ସରିଫ ଲାଡେନ ପାଖରୁ ପଇସା ନେଇଥିଲେ l ଡନ ର ସୂଚନା ଅନୁସାରେ ମଧ୍ୟ ଏହି ଖବର ଜଣା ପଡିଥିଲା ଯେ ଲାଡେନ ସରିଫଙ୍କୁ ବିପୁଳ ରାଶି ଦେଇଥିଲା ,କିନ୍ତୁ ସରିଫ ନେତୃତ୍ୱକୁ ଆସିବା ପରେ ନିଜର ସମସ୍ତ ପ୍ରତିଶୃତି ଭୁଲି ଯାଇଥିଲେ l

Govt
Leave A Reply