ଗୋଲ୍ଡ ମିଷ୍ଟ୍ରିକୁ ନେଇ ଟ୍ରମ୍ପ କରିବେ ଖେଳ ,କଣ ରହିଛି ଏହି ଗୋଲଡ ମିଷ୍ଟ୍ରିର ରହସ୍ୟ ,କାହିଁକି ଅଡିଟ କରିବାକୁ ଚାହୁଁଚି ଆମେରିକା , ଟ୍ରମ୍ପ ପର୍ଦାଫାଶ କରିବେ କି ସୁନାଖଣିର
ହାତରେ ଲାଗିବ ଲଟେରୀ ନା ମିଳିବ ଫମ୍ପା ଖଣି ?
ଆମେରିକା ନିକଟରେ ଦୁନିଆର ସବୁଠୁ ବଡ଼ ସୁନା ଭଣ୍ଡାର ରହିଛି, ୮୧୩୩ ମେଟ୍ରିକ ଟନ ସୁନା ଭଣ୍ଡାର ଥିବା ଆମେରିକା ରେ ବର୍ତମାନ ଗୋଲଡ ମିଷ୍ଟ୍ରି ସମାଧାନ ହେବାକୁ ଯାଉଛି, ଆମେରିକାର ୮୯୦ ଆରବ ଡଲାର ର ଲୁଚି ରହିଥିବା ଖଜାନା ର ପର୍ଦାଫାଶ ହେବାକୁ ଯାଉଛି, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରସିଦ୍ଧ ଗୋଲଡ ବାଲଟ ଫୋର୍ଟ ନକ୍ସ ର ଅଡିଟ ଚାହୁଁଛନ୍ତି, ମଇ ୩୧ ତାରିଖରେ ସେ ଆଉଥରେ ଏହି ଅଡିଟ କୁ ନେଇ କଥା ଉଠାଇଛନ୍ତି, ୭୦ ବର୍ଷ ପରେ ଆଉଥରେ ଏହି ସୁନା ଭଣ୍ଡାରର ଅଡିଟ ହେବାକୁ ଯାଉଛି l
ସମାପ୍ତ ହେବ ଆମେରିକା ଗୋଲ୍ଡ ମିଷ୍ଟ୍ରି
ଆମେରିକାର ଗୋଲଡ ରିଜର୍ଭ ର ଗୋଟିଏ ବଡ଼ ଅଂଶ କେନ୍ଦୁକି ଫୋର୍ଟ ନକ୍ସ ର ବୁଲିଆନ ଡିପୋଜିଟରୀ ରେ ରଖାଯାଇଛି, ଏମିତିରେ ଦେଖିବାକୁ ଗଲେ ଫୋର୍ଟ ନକ୍ସ ଗୋଟିଏ ଆର୍ମି ପୋଷ୍ଟ, କିନ୍ତୁ ଏଠାରେ ଆମେରିକାର ଖଜାନା ରଖାଯାଇଛି, ସୂଚନା ଯୋଗ୍ୟ ଯେ ଏହି ଫୋର୍ଟ ନକ୍ସ ରେ ପାଖାପାଖି ୧୪୭.୩ ମିଲିୟନ ପାଖାପାଖି ୪ ,୫୮୦ ମେଟ୍ରିକ ଟନ ସୁନା ରହିଛି, କିନ୍ତୁ ଏହାକୁ ନେଇ ଅଫିସିଆଲି କୌଣସି ସୂଚନ ମିଳିନାହିଁ, ଏଠାରେ ରଖାଯାଇଥିବା ଆମେରିକା ଟ୍ରେଜେରୀରେ ରଖାଯାଇଥିବାର ସୁନାର ଅଧା ଅଟେ, ୩୧ ମଇ ରେ ଟ୍ରମ୍ପ ଟୁଥ ସୋସିଆଲ ମିଡ଼ିଆ ପୋଷ୍ଟ ରେ ଲେଖି ଜଣାଇଛନ୍ତି ଯେ ସମୟ ଆସିଯାଇଛି ଫୋର୍ଟ ନକ୍ସ ରେ ଥିବା ସୁନାର ଫିଜିକାଲ ଅଡିଟ କରାଯାଉ l ପୂର୍ବରୁ ଟ୍ରମ୍ପ ଏଥିରୁ ସୁନା ଚୋରି ହୋଇଥିବାର ଆରୋପ ମଧ୍ୟ ଲଗାଇଥିଲେ l
କାହିଁକି ୭୦ ବର୍ଷ ପରେ ଉଠିଲା ପ୍ରଶ୍ନ ?
ଟ୍ରମ୍ପ ଓ ତାଙ୍କ ଅଫିସର ମାନଙ୍କର ଦାବି ରହିଛି ଯେ ଏହି ସୁନା ର ପାରଦର୍ଶିତା ସାମ୍ନାକୁ ଆସିବା ଜରୁରୀ, ଏଠାରେ ଥିବା ସୁନା ବିଷୟରେ ଆମେରିକା ଲୋକେ ଜାଣିବା ଆବଶ୍ୟକ, ଅନେକ ସମୟରେ ପୂର୍ବରୁ ଦାବି ହୋଇଛି ଯେ ଏଠାରେ ଥିବା ସୁନା ଚୋରି ହୋଇଯାଇଛି, ଯାହାକୁ ନେଇ ୭୦ ବର୍ଷପରେ ଫୋର୍ଟ ନକ୍ସ ର ଅଡିଟ ହେବାକୁ ଯାଉଛି l
ଫୋର୍ଟ ନକ୍ସ କାହିଁକି ସୁରକ୍ଷିତ ?
ଫୋର୍ଟ ନକ୍ସ ଗୋଟିଏ ଆର୍ମି ପୋଷ୍ଟ, ଯାହାକୁ ୧୯୩୬ ରେ ତିଆରି କରାଯାଇଥିଲା, ୧୦୯ ହଜାର ଏକର ଜାଗାରେ ବିସ୍ତୃତ ଏହି ଆର୍ମି ବେଶ କୁ ଦୁନିଆର ସବୁଠୁ ସୁରକ୍ଷିତ ଟ୍ରେଜେରି କୁହାଯାଏ, ଯେଉଁଠି ଆମେରିକାର ଗୋଲ୍ଡ ରିଜର୍ଭ ର ଅଧା ସୁନା ରଖାଯାଇଛି, ଏଠାକାର କାନ୍ଥ ଗ୍ରାନାଇଟ ରେ ପ୍ରସ୍ତୁତ ଓ ଛାତ ବୋମା ନିବାରଣ ଅଟେ, ଏଥିରେ ୨୨ ଟନ ର କବାଟ ଲାଗିଛି, ଏବଂ ଏହି କବାଟ କୁ ଖୋଲିବା ପାଇଁ ଷ୍ଟାଫ ମାନଙ୍କର ୧୦ ଟି ଅଲଗା ଅଲଗା କମ୍ବିନେସନ କୋଡ଼ ଲାଗିଥାଏ, ଏହି ବିଲଡିଂ ଏତେ ସୁରକ୍ଷିତ ଯେ ଏଠାରେ ଯଦି କୌଣସି ବସ୍ତୁ ଚାଲିଯାଇଥାଏ ତୁରନ୍ତ ଅପଚେ ହେଲିକପ୍ଟର, ଟ୍ୟାଙ୍କ, ଫେଂସିଂ ଓ ହାଇ ଆଲାର୍ମ ବାଜି ଉଠିଥାଏ l