IPL ସରୁ ସରୁ ବୈଭବଙ୍କୁ ନେଇ ବଡ଼ ନିଷ୍ପତି ,ନିଷ୍ପତି ନେଲେ ଝାରଖଣ୍ଡ ସରକାରୀ ସ୍ୱାସ୍ଥ୍ୟ ବିଭାଗ ,ଝାରଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତି ,ବୈଭବ ସୂର୍ଯ୍ୟବଂଶୀ ହେବେ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ,ବୈଭବନକୁ ଝରାଖଣ୍ଡ ସରକାର କରିବେ ସମ୍ମାନିତ l
ହଁ ଆଜ୍ଞା IPL ୨୦୨୬ ସମାପ୍ତ ହୋଇଯାଇଛି, କ୍ରିକେଟ ଦୁନିଆରେ ନିଜର ଉତ୍କର୍ଷ ବ୍ୟାଟିଂ ଦ୍ୱାରା ପ୍ରଶଂସା ସାଉଁଟି ଥିବା ଯୁବା ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଙ୍କୁ ଝାରଖଣ୍ଡ ସରକାର ଦେବାକୁ ଯାଉଛନ୍ତି ବଡ଼ ସମ୍ମାନ, ଝାରଖଂଡର ସ୍ୱାସ୍ଥ୍ୟ ମନ୍ତ୍ରୀ ନେଇଛନ୍ତି ଏହି ନିଷ୍ପତି, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ ଆନସାରୀ ନେଇଛନ୍ତି ଏହି ନିଷ୍ପତି, ଇରଫାନ ଆନସାରୀ ଘୋଷଣା କରିଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ହେବେ ବ୍ରାଣ୍ଡ ଆମ୍ବାସଡର, ଏହାଛଡା ତାଙ୍କୁ ସମ୍ମାନିତ ମଧ୍ୟ କରାଯିବ l
ଇରଫାନ ଆନସାରୀ ଏହି ସୂଚନା ନିଜ X ହ୍ୟାଣ୍ଡେଲ ରେ ଦେଇ ବୈଭବଙ୍କର ଭୁରୁ ଭୁରି ପ୍ରଶଂସା କରିଛନ୍ତି, ସେ ନିଜ X ହ୍ୟାଣ୍ଡେଲ ରେ ଲେଖିଛନ୍ତି ଯେ ବୈଭବ ତୁମ ଟିମ୍ ମ୍ୟାଚ ହାରିଗଲେ ସୁଧା ତୁମେ ହଜାର ହଜାର ଭାରତୀୟ ଙ୍କ ହୃଦୟ ଜିତିଛ, ମୁଁ ନିଜେ ଜଣେ କ୍ରିକେଟ ଖେଳାଳି, କିନ୍ତୁ ଏତେ କମ ବୟସରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏତେ ବଡ଼ବଡ଼ ବୋଲର ଙ୍କୁ ଯେଉଁ ଆତ୍ମବିଶ୍ୱାସ ଦ୍ୱାରା ସାମ୍ନା କରିଛ, ତାହା ଅସାଧାରଣ ପ୍ରତିଭା ଅଟେ, ତୁମେ କେବଳ ନିଜ ନାମ ନୁହେଁ ବରଂ ନିଜ ପିତାମାତା, ନିଜ ରାଜ୍ୟର ଓ ନିଜ ଦେଶର ନାମକୁ ବିଶ୍ୱରେ ଗର୍ବିତ କରାଇଛ , ଖୁବ ଶୀଘ୍ର ତୁମକୁ ଝାରଖଣ୍ଡ ରେ ସମ୍ମାନିତ କରାଯିବ l ”
ଝାରଖଣ୍ଡ ସରକାର ରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ଇରଫାନ ଆନସାରୀ କହିଛନ୍ତି ଯେ ବୈଭବଙ୍କ ବିସ୍ଫୋଟକ ବ୍ୟାଟିଂ ସମସ୍ତଙ୍କୁ ଆକର୍ଷିତ କରିଛି, ଏବଂ କୋଟିକୋଟି ଯୁବା ଙ୍କୁ ପ୍ରେରଣା ଦେଇଛି l ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ବୈଭବଙ୍କ ସହିତ ମିଳିତ ଭାବରେ ରାଜ୍ୟର ଯୁବାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଫିଟନେସ , ଅନୁଶାସନ ଓ ସକାରାତ୍ମକ ଜୀବନଶୈଳୀ ସନ୍ଦେଶ ପହଞ୍ଚାଇବାର କାମ କରିବ l ଏହାଦ୍ୱାରା ଯୁବ ପିଢ଼ି ଗୋଟିଏ ଉନ୍ନତ ଜୀବନଶୈଳୀ ଆପଣାଇବାର ପ୍ରେରଣା ପାଇବ l
