Odisha news

ସିମୁଳିଆ : ୪ଆକ୍ରାନ୍ତ ଚିହ୍ନଟ ପରେ ନୟାପଲ୍ଲୀ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

0

ସିମୁଳିଆ : ସିମୁଳିଆ ଅଞ୍ଚଳରେ ନୂତନ କରି ଗୋଟିଏ ପରିବାରରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରିବା ସହ ୬ଟି ୱାର୍ଡକୁ ବଫର ଜୋନ୍ଭାବେ ଘୋଷଣା କରିଛନ୍ତି । ବିବରଣୀରୁ ପ୍ରକାଶ ମାର୍କୋଣା ପଞ୍ଚାୟତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍କୋଣା ପଞ୍ଚାୟତର ନୟାପଲ୍ଲୀ ଗ୍ରାମର ବରି ରୋଡର ୬ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହିତ ଅରବିନ୍ଦ ସ୍କୁଲ ନିକଟରୁ ଶିକ୍ଷା  ବିହାର ପର୍ଯ୍ୟନ୍ତ ବରି ରୋଡର ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି ।

ଏଥି ସହିତ ୬ଟି ୱାର୍ଡ ୧,୨,୩,୪,୫ ଓ ୧୧ନଂ ୱାର୍ଡ ଯଥା ମାର୍କୋଣା ରାଇସମିଲ ଛକ,ନିମଗଡିଆ ଛକ,ଇନାୟତପୁର ଛକ,ମାର୍କୋଣା ମାଇନର କେନାଲ ଛକ,ବରି ପାଣି ଛତ୍ର ଛକ,ଅରବିନ୍ଦ ଆଶ୍ରମ ଛକକୁ ବଫର ଜୋନ ଭାବେ ଘୋଷଣା କରାଯାଇ ରାସ୍ତା ଗୁଡିକରେ ସିଲ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜୋନ ଘୋଷଣା କରିବା ପରେ ପାଣିଛତ୍ର ଆଦିବାସୀ ସାହି,କବି ସାହି,ମଳିକ ସାହି,ଜେନା ସାହି,ବୋଇତି ସାହି,ନାୟକ ସାହି,ତଳ ସାହିବଜାର ସାହି,ଆଦିବାସୀ ସାହି ଓ ଇନାୟତପୁର ଗ୍ରାମର ଗୁଡିକ ଏହି ଜୋନ୍ ଭିତରେ ରହିଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ ୯ତାରିଖ ସଂନ୍ଧ୍ୟା ୬ଟାରୁ ୧୬ତାରିଖ ୬ଟା ସଂନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ ।  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।

ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକର ମାର୍କୋଣା ପଞ୍ଚାୟତର ଗୋଟିଏ ପରିବାରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜନୈକ ମହିଳାଙ୍କ ବୟସ ୩୦ବର୍ଷ ହୋଇଥିବାବେଳେ, ଜଣେ ନାବାଳକର ବୟସ ୬ବର୍ଷ ଓ ନାବାଳିକାର ବୟସ ୪ବର୍ଷ ଥିବାବେଳେ ପଡୋଶୀ ଯୁବତୀଙ୍କ ବୟସ(୨୨)ବର୍ଷ ବୋଲି ଜଣାପଡିଛି । ସେମାନଙ୍କ ପରିବାରର ଜନୈକ ଯୁବକ ବାଙ୍ଗାଲୋର ଲିଙ୍କ୍ରେ ଥିବାବେଳେ ତାଙ୍କ ଲିଙ୍କ୍ରୁ ଏମାନଙ୍କୁ ସଂକ୍ରମଣ ହୋଇଥିବାର ଜଣାପଡିଛି । ବାଙ୍ଗଲୋର ଲିଙ୍କ୍ରେ ଥାଇ ଯୁବକ ଜଣଙ୍କ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଞ୍ଚାୟତ ପକ୍ଷରୁ ୨ଦିନ ସଟ୍ଡାଉନ କରାଯାଇଥିଲା । ପୁଣି ଗୋଟିଏ ପରିବାରରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ଓ ଜଣେ ପଡୋଶୀ ଚିହ୍ନଟ ହେବା ପରେ ସିମୁଳିଆ ପ୍ରଶାସନ ପକ୍ଷରୁ କଣ୍ଟନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା କରାଯିବାର ନକ୍ସା ଓ ଯାଗା ଚିହ୍ନଟ ହୋଇ ଜିଲ୍ଲା ପ୍ରସାସନକୁ ଦିଆଯାଇଥିବାର ଜଣାଯାଇଛି ।

ଏହି ୪ଜଣ ଆକ୍ରାନ୍ତ ରୋଗୀ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ସେମାନଙ୍କୁ ଜିଲ୍ଲା କୋବିଡ ସେଣ୍ଟରକୁ ପଠାଯାଇଛି । ଆକ୍ରାନ୍ତମାନେ ମାର୍କୋଣା ପଞ୍ଚାୟତର ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି । ମାର୍କୋଣା ପଞ୍ଚାୟତର ୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବାବେଳେ ସିମୁଳିଆ ଅଚଳରେ ଆକ୍ରାନ୍ତଙ୍କ ସଂଖ୍ୟ ୩୩କୁ ବୃଦ୍ଧି ପାଇଛି

Nalco
Leave A Reply