Odisha news

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

0

ସାଲେପୁର : କରୋନା କଟକଣା ମଧ୍ୟରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ପୂର୍ଣ୍ଣ ଭାବେ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ପତି, ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନଙ୍କ ସହ ମହାବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବାବେଳେ ଛାତ୍ରାବାସଠାରେ ପ୍ରତିଷ୍ଠାତା ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଏବଂ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ବିକଳାନନ୍ଦର, ସ୍ୱର୍ଗତ ବିପିନ ବିହାରୀ ଭୂୟାଁ, ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ପୀଠରେ ମହାବିଦ୍ୟାଳୟର ଉତ୍ତରୋତ୍ତର କାମନା କରି ପୂଜାପାଠ କରାଯାଇଥିଲା । ସମସ୍ତ ପ୍ରକାର ସାମାଜିକ ଦୂରତା ରକ୍ଷା କରି ମହାବିଦ୍ୟାଳୟର ମୁଖପତ୍ର “ସୈକତିନୀ”ର ଉନ୍ମୋଚନ କରାଯାଇଥିଲା ।

Govt
Leave A Reply