ନୀଳଗିରି : ନୀଳଗିରିର ଅନ୍ୟତମ ସେ୍ୱଚ୍ଛାସେବୀ ସଂଗଠନ ବଣଧୂଳିର ଫୁଲ ଓ ଗୁଞ୍ଜ ସଂଗଠନ ପକ୍ଷରୁ ସମାଜସେବୀ ବିଜୟ କୁମାର ଆଚାର୍ଯ୍ୟ, ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସଙ୍କ ନେତୃତ୍ୱରେ ନୀଳଗିରି ସିଆଡ଼ିମାଳ ପଞ୍ଚାୟତର ବାବନ୍ଧ ଗ୍ରାମରେ ଶତାଧିକ ମଦିଆ ଜନଜାତିର କୁମ୍ଭାର ହସ୍ତଶିଳ୍ପୀ କାରିଗରଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।
କରୋନା ମହାମାରୀ ସମୟରେ ଅଭାବ ଅନାଟନ ମଧ୍ୟରେ ଥିବା ପରିବାରକୁ ଅନୁଷ୍ଠାନ ପକ୍ଷରୁ ଅଟା, ଡ଼ାଲି, ଚୂଡ଼ା, ଚିନି ଇତ୍ୟାଦି ଯୋଗାଇ ଦିଆଯିବା ସହ ଗ୍ରାମର ରାସ୍ତାଘାଟ ,ହ୍ରଦକୂଳକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା । ସେହିପରି ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ୍ରେ ମଧ୍ୟ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ସହୟତାରେ କିଛି କାରିଗରଙ୍କୁ ସହାୟତା ପ୍ରଦାନ କରାଯାଇଛି । ଅମ୍ପାନ୍ ବାତ୍ୟାରେ ଭାଙ୍ଗିଯାଇଥିବା କୁମ୍ଭାରଶାଳକୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ମରାମତି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ସାଧାରଣରେ ପ୍ରଶଂସା କରାଯାଇଛି ।
