Odisha news

ମାର୍କୋଣା ସରସ୍ୱତୀ ଶିଶୁମନ୍ଦିର ଶତପ୍ରତିଶତ ସଫଳତା ପାଇଁ ଶିଶୁଙ୍କୁ ସମ୍ବର୍ଦ୍ଧନା

0

ସିମୁଳିଆ : ଗୁରୁବାର ଦିନ ସିମୁଳିଆ ବ୍ଲକ ଅଧୀନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାର୍କୋଣାର ମ୍ୟାଟି୍ରକ ପରୀକ୍ଷାରେ ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ହାସଲ କରିଥିବା ଶିଶୁ ଭାଇଭଉଣୀମାନଙ୍କୁ ବିଦ୍ୟାଳୟ ପରିସରରେ କୋବିଡ ନିୟମମାନି ସାମାଜିକ ଦୂରତା ଅବଲମ୍ବନ କରି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ଶିକ୍ଷା ବର୍ଷରେ ଏ୧-୧ଜଣ, ଏ୨-୭ଜଣ, ବି୧-୧୧ଜଣ, ବି୨-୮ଜଣ,ସି-୫ଜଣ,ଡି-୧ଜଣ ଓ ଇ-୧ଜଣ ମୋଟ ୩୪ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ହିମାଂଶୁ ଶେଖର ମିଶ୍ର ସର୍ବାଧିକ ୫୪୦ ନମ୍ବର ବିଦ୍ୟାଳୟର ଗୈ÷ାରବ ବୃଦ୍ଧି କରିଛନ୍ତି । ଆଜିର ସମ୍ବର୍ଦ୍ଧନା ସଭାରେ ଉପରୋକ୍ତ ଶିଶୁ ଭାଇଭଉଣୀମାନଙ୍କୁ ଅତିଥିଭାବେ ବିଦ୍ୟାଳୟର ସଂପାଦକ ରଘୁନାଥ ରାଉତ,ପ୍ରଧାନ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ପରିଡା ଓ ବରିଷ୍ଠ ଆଚାର୍ଯ୍ୟ ରାମଚନ୍ଦ୍ର ବାରିକ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟାଙ୍କ ଗହଣରେ ବିଦ୍ୟାଳୟର ଛାତ୍ର ଏ୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ହିମାଂଶୁ ଶେଖର ମିଶଙ୍କୁ୍ର ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ହିନ୍ଦୀ ଓ ସଂସ୍କୃତରେ ଶହେରୁ ଶହେ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply