ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନ ବ୍ୟାପକ ପରିମାଣର ଅଫିମ ଗଛ ଚାଷ ପାଇଁ ଚର୍ଚ୍ଚାରେ : ପୋଲିସ, ଅବକାରୀ ଓ ବନବିଭାଗ ଆଖିରୁ କେମିତି ଲୁଚିରହିଗଲା ଆଜି ପ୍ରଶ୍ନବାଚୀ।*
ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନ ବ୍ୟାପକ ପରିମାଣର ଅଫିମ ଚାଷ ପାଇଁ ସମସ୍ତ ସମ୍ବାଦପତ୍ର, ଟିଭିରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୋଲିସ, ଅବକାରୀ ଓ ବନବିଭାଗ ଆଖିରୁ କେମିତି ଲୁଚିରହିଗଲା ଏହି ଚାଷ ଓ ଚାଷ କରୁଥିଵା ବେଆଇନ ବେପାରୀ ଗଣ।ଏହା ପଛରେ ସେହି ସମସ୍ତ ବିଭାଗ ନାହାଁନ୍ତି ତ ପ୍ରତ୍ୟେକ ସମ୍ବାଦପତ୍ର ପଢୁଥିବା ପାଠକଙ୍କ ମନରେ ଏହି ପ୍ରଶ୍ନ ଉଙ୍କୀମାରେ? କେମିତି ଏତେଦିନ ରହିଗଲା ଆଢ଼ୁଆଳରେ।ଆଉ କେଉଁଠି ହେଉଛି ତାହା ମଧ୍ୟ ଖୋଜାଚାଲିଛି। ତେବେ ସୂଚନାଯୋଗ୍ୟ ଯେ ଶିମିଳିପାଳ କୋର୍ ଅଞ୍ଚଳରୁ କିଛି ଦିନ ପୂର୍ବରୁ ଦୁଇ ଦୁଇଥର ୧୨କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଚାଷ ଠାବ କରାଯାଇଥିଲା ଏଵଂ ପୋଲିସ ଏହି ଗଛ ଗୁଡ଼ିକୁ ପୋଡ଼ି ନଷ୍ଟ କରିଥିଲା।ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ବା କୋର ଏରିଆରେ ଦୀର୍ଘଦିନରୁ ଅଫିମ ଚାଷ ହେଉଥିଲା। ପୋଲିସ ନା ଅବକାରୀ ନା ବନ ବିଭାଗ ଏହାର ଟେର ପାଉନଥିଲା। ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିପୁଳ ପରିମାଣର ଅଫିସ ଚାଷ ଦେଖି ପୁଲିସ ଓ ବନ ବିଭାଗ ତାଜୁବ ହୋଇଛି।ଠାବ ହୋଇଥିବା ଅଫିମ ଗଛ ଗୁଡ଼ିକରୁ ଭରପୁର ଅଫିମ ସଂଗ୍ରହ ହୋଇଥିବା ଦେଖିବାକୁ ମିଳିଛି। କିଛି ଗଛରୁ ଅଫିମ ସଂଗ୍ରହ ସରିଥିବା ବେଳେ ଆଉକିଛି ଗଛରୁ ଅଫିମ ସଂଗ୍ରହ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହି ଚାଷ ସବୁ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣର ଅଫିମ ଚାଷ ହୋଇଥିଲା। ଏହାର ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଯଶିପୁର ଥାନା ଅଧୀକାରୀ ଓ ମାଜିଷ୍ଟ୍ରେଟ ମିଳିତ ଭାବେ ଚଢ଼ଉ କରିଥିଲେ। ବ୍ୟାପକ ଅଞ୍ଚଳରେ ଅଫିମ ଚାଷ ଦେଖି ସମସ୍ତେ ଜଳକା ହୋଇ ଯାଇଥିଲେ।ଶେଷରେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚ ଲକ୍ଷ ପଚିଶି ହଜାରରୁ ଅଧିକ ଅଫମ ଗଛକୁ ନଷ୍ଟ କରିଥିଲା। ଗଛ ଗୁଡ଼ିକୁ ପୋଡ଼ି ଦିଆଯାଇଥିଲା। ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ୧୧ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।ଗତ କିଛି ଦିନ ତଳେ ପାଖାପାଖି ଏକ କୋଟି ଟଙ୍କାର ଅଫିମ ଚାଷ ପ୍ରଶାସନ ମଧ୍ୟ ନଷ୍ଟ କରିଥିବା ବେଳେ ପୁଣି ଶିମିଳିପାଳ ଅଭୟାରଣ୍ୟରେ ଏତେ ପରିମାଣର ଅଫିମ ଚାଷ କରା ଯାଇଥିବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। କାରଣ କୋର ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସବୁ ବେଳେ ନଜର ରଖା ଯାଇଥାଏ। ଏହା ସତ୍ତ୍ୱେ ଦୀର୍ଘଦିନ ହେଲା, ଏଠାରେ କେମିତି ଅଫିମ ଚାଷ କରାଯାଉଥିଲା, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ଏ ନେଇ ପୁଲିସ ସ୍ପଷ୍ଟ କରି ନ ଥିଲା ବେଳେ ଏହାର ତଦନ୍ତ ଚାଲିଥିବା କହିଛି। ଏ ନେଇ ଯଶିପୁର ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା କରାଯାଇଥିଲା। ତେବେ ଆଜି ପୁଣି ଯଶିପୁର ଥାନା ଜଜଗୁଡା ଓ ଫୁଲବାଡି ଠାରୁ ବେଆଇନ ୧୫୪୯୮୦ ଟି ଅଫିମ ଗଛ ଠାବ କରି ନଷ୍ଟ କରିଛି ପୋଲିସ।ଆଜିର ନଷ୍ଟ କରାଯାଇଥିବା ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୩କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏପଟେ ଶିମିଳିପାଳରୁ ବାରମ୍ବାର ଅଫିମ ଚାଷ ଠାବ ହେବା ରାଜ୍ୟ ବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ ସବୁରି ମୁହଁରେ ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନ କ’ଣ ଅଫିମ ଚାଷୀ ବା ମାଫିଆଙ୍କ କବଳରେ ରହିଛି ତାଙ୍କ ପାଇଁ ଆଉ ପାଲଟି ନାହିଁ ତ ଭୂସ୍ବର୍ଗ।ଆଉ କେଉଁଠି ଅଛି ଖୋଜିବାର ପ୍ରୟାସ ହେଉଛି ତ? ତେବେ ଏହି ଚାଷ ପାଇଁ ଦାୟୀ କିଏ?କାହାର ପରୋକ୍ଷ ଗୋଟି ଚାଳନାରେ ଏହି ଚାଷ ସମ୍ଭବ ହୋଇଛି। ତଦନ୍ତ ସାପେକ୍ଷ। ତେବେ ଦେଖିବାକୁ ରହିଲା ମୟୂରଭଞ୍ଜ ଜିଲ୍ଲାକୁ ପୃଥିବୀ ମାନଚିତ୍ରରେ ସ୍ଥାନ ଦେଇଥିବା ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନକୁ କିପରି ଓ କେବେ ଅଫିମ ମାଫିଆଙ୍କ କବଳରୁ ଉଦ୍ଧାର ହେବ