ବନ୍ତଳା: ଦିନକୁ ଦିନସାତକୋଶିଆ ଅଭୟାରଣ୍ୟ ଅଚଂଳରେ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି । ଏହି ଜନ୍ତୁ ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଅହରହ କସରତ ଜାରି ରଖିଛି । ଶୁକ୍ରବାର ୮ ଜଣଶିକାରୀଙ୍କୁ ଗିରଫ କରାଯିବା ପରେ ଶନିବାର ପୁଣି ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସୂଚନା ମୁତାବକ ଜନ୍ତୁ ମାଂସ ଭାଗ ହେଉଥିବାର ଖବର ପାଇ ବନ ବିଭାଗ ଅଧିକାରୀ ମାନେ ଜଗନ୍ନାଥପୁର ଗ୍ରାମର ଜନକ ଦେହୁରୀ, ଲିପୁନ ପଲେଇ, ନିଶାନାଥ ପଲେଇ, ଯାଦୁ ଦେହୁରୀ,ପ୍ରମୁଖଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ସହ ଡେକ୍ଚି ଭର୍ତି ବାର୍ହା ମାଂସ, ଗୋଟିଏ ପନିଖି, କଡେଇ, ବନ୍ଧୁକ, ବନ୍ଧୁକରେ ବ୍ୟବହୃତ ୩ଟି ବ୍ୟାରେଲ ଜବତ କରିଥିଲେ । ତତ୍ ସହିତ ଶିକାର ପାଇଁ ବ୍ୟବହୃତ ଏକ କେଜି ବିଦ୍ୟୁତ୍ଚ ତାର, ୨୦ଟି ଏନସୁଲେଟକୁ ମଧ୍ୟ ଜବତ କରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନଖଣ୍ଡ ଅଧିକାରୀ ରାମାସ୍ୱାମୀ.ପି ସୂଚନା ଦେଇଛନ୍ତି ।