Odisha news

ଜଗତସିଂହପୁରରେ ସଟ ଡାଉନକୁ ଲୋକେ ସମର୍ଥନ,ବଜାର ଘାଟ ବନ୍ଦ

0

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସଟ ଡାଉନକୁ ସଫଳତା ମିଳିଛି ।ଲୋକମାନେ ସ୍ୱତଃପୁର୍ତ୍ତ ଭାବରେ ସାପ୍ତାହିକ ସଟ ଡାଉନକୁ ମାନି ଘରୁ ବାହାରି ନଥିଲେ ।ଶନିବାର ଓ ରବିବାର ଦୁଇ ଦିନ ଲୋକମାନଙ୍କ ଅକୁଣ୍ଠ ସମର୍ଥନ ଯୋଗୁ ବଜାର ଘାଟ ସଂପୁର୍ଣ୍ଣ ବନ୍ଦ ରହିଥିଲା ।କା ଭାଁ କେତେକ ଲୋକେ ସେମାନଙ୍କର ମେଡିକାଲ ଓ ଅନ୍ୟାନ୍ୟ ଜରୁରୀ କାମରେ ବାହାରକୁ ଆସିଥିଲେ ହେଁ ସଦର ପୋଲିସ ପକ୍ଷରୁ ସହରର ମୁଖ୍ୟ ରାସ୍ତାର ଏଣ୍ଟ୍ରୀ ପଏଣ୍ଟ ଓ ବିଭିନ୍ନ ଛକ ନିକଟରେ ରହି ଚେକିଂ କରିଥିଲେ ।ବିଶେଷ କରି ଥାନା ଛକ ନିକଟରେ ଟ୍ରାଫିକ ପୋଲିସ ମାନଙ୍କ ଦ୍ୱାରା ସମସ୍ତ ଗାଡି ଗୁଡିକୁ ଚେକ କରାଯାଇ ଛଡା ଯାଉଥିଲା ।

ଏହା ସହିତ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନାର ୬ଟି ଗାଡି ସହର ଓ ତାର ଆଖପାଖ ଅଞ୍ଚଳରେ ସାଇରନ ଦେଇ ମକଡ୍ରୀଲ କରିବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରି ନଥିଲେ ।ଜଗତସିଂହପୁର ଜିଲ୍ଲାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢିି ଚାଲିଥିବା ବେଳେ ସଟ ଡାଉନକୁ ଲୋକେ ଗ୍ରହଣ କରିଥିଲେ ।ବାହାରୁ ଆସିଥିବା ପ୍ରବାସୀ ମାନଙ୍କ ମଧ୍ୟରେ ବହୁ କରୋନା ପଜିଟିଭ ବାହାରି ଥିବା ବେଳେ ଲୋକେ ଏଥିପ୍ରତି ସତର୍କ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ଆଜି ଦୁଇ କରୋନା ପଜିଟିଭକୁ ମିଶାଇ ମୋଟ ୮୯ଟି କରୋନା ପଜିଟିଭ କେଶ ବାହାରି ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା ରୋଗୀ କିମସରେ ଚିକିସôିତ ହେଉଛନ୍ତି ।

Leave A Reply

Your email address will not be published.