Odisha news

ମୟୂରଭଞ୍ଜ ପାଇଲଟ ପ୍ରକଳ୍ପର ବନ୍ଦୋବସ୍ତର ତ୍ରୁଟିକୁ ନେଇ ଏବେ ପରିବାର ପରିବାର ମଧ୍ୟରେ କନ୍ଦଳ ସୃଷ୍ଟି : ବହୁ ହିତାଧିକାରୀଙ୍କର ମୂଳ ଜମି ଗାଏବ, ଆଗକୁ ଆନ୍ଦୋଳନ ଦାନା ବାନ୍ଧୁଛି

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲାକୁ ପାଇଲଟ ପ୍ରକଳ୍ପରେ ସାମିଲ କରା ଯାଇ ଥିଲା । ଏହି ପ୍ରକଳ୍ପ ଚାଲି ଥିବା ବେଳେ ଏଠାକାର ଜନ ସାଧାରଣଙ୍କ ହିତ ପାଇଁ ଗତ ୨୦୧୧ ମସିହାରେ ତତକାଳୀନ ବେତନଟୀ ତହସିଲ ଅଧୀନରେ ଥିବା କୃଷ୍ଣଚନ୍ଦ୍ରପୁର ରାଜସ୍ୱ ନିରୀକ୍ଷକ କ୍ଷେତ୍ରର ନୟାତାରାଣା ମୌଜାରେ ବନେ୍ଦାବସ୍ତ କାର୍ଯ୍ୟ କରା ଯାଇ ୨୦୧୩ରେ ହିତାଧିକାରୀ ମାନଙ୍କୁ ସଂଶୋଧିତ ପଟ୍ଟା ପ୍ରଦାନ କରା ଯାଇ ଥିଲା । ଏବେ ଏହି ରାଜସ୍ୱ ନିରୀକ୍ଷକ ଅଞ୍ଚଳଟି ବାରିପଦା ତହସିଲ ଅଧୀନକୁ ଯାଇଛି ।

ନୟାତାରାଣା ଲୋକଙ୍କର ଚାଷ ଜମି, ଡାହି, ଜଳାଶୟ, ଘରବାଡି ସବୁ ଗୁଡିକୁ ବନେ୍ଦାବସ୍ତ ଜରିଆରେ ମାପଯୋଖ କରି ପଟ୍ଟା ସଂଶୋଧନ କରା ଯାଇ ପ୍ରଦାନ କରା ଯାଇ ଥିଲା । ଯେହେତୁ ଏହି ଅଞ୍ଚଳର ଲୋକ ମାନଙ୍କ ମଧ୍ୟରୁ ଅଧିକାଂଶ ଗରୀବ, ଆଦିବାସୀ, ଅଶିକ୍ଷିତ ବର୍ଗର ଲୋକ ଅଛନ୍ତି ତେଣୁ ସେମାନେ ସରକାରୀ କର୍ମଚାରୀ ମାନେ ଯାହା କରୁଛନ୍ତି ଠିକ ଅଛି ଭାବି ପଟ୍ଟା ଗ୍ରହଣ କରି ନେଲେ । ହେଲେ ଚକବନ୍ଦୀ ଜରିଆରେ ପ୍ରଦାନ କରା ଯାଇ ଥିବା ନୂତନ ପଟ୍ଟାରେ ପୁରୁଣା ଜମିର ପରିମାଣ ମଧ୍ୟ ଗାଏବ ହୋଇଛି । ଦୀର୍ଘ ବର୍ଷ ଧରି ପ୍ରଜା ମାନେ ଭୋଗ ଦଖଲ କରି ଆସୁ ଥିବା ତାଙ୍କର ପ୍ରକୃତ ଜମିର ରେକର୍ଡ ଅନ୍ୟ ଲୋକଙ୍କ ନାମରେ ହୋଇ ଯାଇଛି । ଏହାକୁ ନେଇ ଲୋକେ ଏବେ ଚିନ୍ତାରେ ହୋଇ ପଡିଛନ୍ତି ।

ଜମି ଜାଗା ଖଣ୍ଡିଏ ବିକ୍ରି କରିବାକୁ ଗଲେ ଏବେ ସମସ୍ୟା ଉପୁଜୁଛି । ଏହି ଲୋକ ମାନେ ଦୀର୍ଘ ଦିନ ଧରି ବନେ୍ଦାବସ୍ତ କାର୍ଯ୍ୟାଳୟ ଓ ତହସିଲକୁ ଦୌଡି ଦୌଡି ନୟାନ୍ତ ହେଲେଣି । ଆଗକୁ ବନେ୍ଦାବସ୍ତର ଏହି ତ୍ରୁଟି ପାଇଁ ପରିବାର ପରିବାର ମଧ୍ୟରେ କଳହର ସୁତ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପୁରୁଖା ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ବିଭାଗ ନଶୁଣିବାରୁ ଗତ ୨୦୧୪ ମସିହାରେ ଗ୍ରାମର ଯୋଗେଶ୍ୱର ମହାନ୍ତ ନାମକ ବ୍ୟକ୍ତି କଟକ ଆରଡିସିରେ ୮୦/୨୦୧୪ ଏକ ମାମଲା ଦାୟେର କରି ଥିଲେ । ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର ଆରଡିସି କୋର୍ଟ ସଂପୃକ୍ତ ତହସିଲଦାରଙ୍କୁ ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିବାକୁ ନିଦେ୍ର୍ଦଶ ଦେଇ ଥିଲେ । ଉକ୍ତ ନିଦେ୍ର୍ଦଶର ମଧ୍ୟ ୬ ବର୍ଷ ବିତି ଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଶୁଣାଣି ହୋଇ ପାରି ନାହିଁ ।

ଇତି ମଧ୍ୟରେ ଦଶରଥ ମହାନ୍ତ, ରୋହିଦାସ ମାଝୀ, ନାରାୟଣ ମାଝୀ ଓ ଅନ୍ୟ କେତେ ଜଣ ବ୍ୟକ୍ତି ପ୍ରାଣ ତ୍ୟାଗ କରି ସାରିଲେଣି । ତେବେ ଏବେ ଲୋକମାନେ ଆନେ୍ଦାଳନାତ୍ମକ ପଦକ୍ଷେପ ନେବାକୁ ସିଦ୍ଧାନ୍ତ ନେଇଛନ୍ତି । ଆଜି ତାରାଣା ଛକରେ ବିଶ୍ୱନାଥ ମହାନ୍ତ, ଯୋଗେଶ୍ୱର ମହାନ୍ତ, ମୋହନା ମହାନ୍ତ, ରମାକାନ୍ତ ମହାନ୍ତ, କିଶୋର ମହାନ୍ତ, ଉମାକାନ୍ତ ମହାନ୍ତ, ବୈକୁଣ୍ଠ ମହାନ୍ତ, ବିଜୁ ମହାନ୍ତ, ରମାକାନ୍ତ ମହାନ୍ତ, ତିଲୋଚନ ମହାନ୍ତ, ରମେଶ ମହାନ୍ତ, ଜଗଦୀଶ ମହାନ୍ତ, ମହେଶ୍ୱର ମହାନ୍ତ, ବିଷମ ମହାନ୍ତ ପ୍ରମୁଖ ଏକତ୍ରିତ ହୋଇ ସରକାରୀ ଅବହେଳାର ପ୍ରତିବାଦ କରି ଥିଲେ । ଏହି ସଭାରେ ଉଦାହରଣ ଦେଇ ଅଧ୍ୟାପକ ମୋତିଲାଲ ମହାନ୍ତ କହିଲେ ତାଙ୍କୁ ନୂତନ ପଟ୍ଟା ପ୍ରଦାନ ବେଳେ ଘଟଣାଟିକୁ ଜାଣି ପାରି ଥିଲେ ଓ ଯାଞ୍ଚ କରିବାରୁ ତାଙ୍କର ୩୦ ଡେସିମିଲ ଜମି ରେକର୍ଡରେ କମ ଥିବାର ଦେଖି ଅଭିଯୋଗ କରି ଥିଲେ । ଏହା ଫଳରେ ତାଙ୍କର ପଟ୍ଟା ସଂଶୋଧନ ହୋଇ ପାରି ଥିଲା । ସେହିପରି ୩୪ ଡେସିମିଲ ଜମିର ଗୋଟିଏ ଦଲିଲ ଜରିଆରେ ଦାଖଲଖାରଜ କରି ଥିଲେ ହେଲେ ପଟ୍ଟା ମିଳିବା ବେଳକୁ ୨୫ ଡେସିମିଲ ରେକର୍ଡ ହୋଇଛି । ତେବେ ଏହାକୁ ନେଇ ତୀବ୍ର ଅସନ୍ତୁଷ୍ଟି ଦେଖା ଦେଇଛି । ପାଇଖାନାରେ ପରିବାର : ତମ୍ବୁ ପ୍ରଦାନ କଲେ ବିଜେଡି କର୍ମୀ

Nalco

Leave A Reply