Odisha news

ଭୂତ ଭୟରେ ଭିଟାମାଟି ଛାଡିଲେ ଗ୍ରାମବାସୀ

0

ରଣପୁର  : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ପଚାୟତର  ଗୁଣ୍ଡୁରିବାରୀ ଗ୍ରାମର ଲୋକେ ଭୂତ ଭୟରେ  ନିଜର ଭିଟାମାଟି ଛାଡି ଅନ୍ୟତ୍ର ଚାଲି ଯାଇଥିବା ଜଣାପଡିଛି  । ଖବର ସଂଗ୍ରହରୁ ଜଣାଯାଏ, କିଛି ବର୍ଷ ତଳେ ଏହି ଗୁଣ୍ଡୁରିବାରୀ ଗ୍ରାମରେ ୭ ଟି ହରିଜନ ପରିବାର ଆସି ବସବାସ କରୁଥିଲେ  ।

ପରେ ଗ୍ରାମର ପୁରୁଷ ଲୋକମାନେ ହଠାତ୍ ରକ୍ତବାନ୍ତି. ଝାଡାରେ ପଡିବା ସହିତ ଅକାଳରେ ମୃତୁ୍ୟମୁଖରେ ପଡୁଥିଲେ  । ଏହା କୌଣସି ଦୈବୀ ପ୍ରକୋପ କିମ୍ବା ଭୂତପ୍ରେତର ପ୍ରଭାବରେ ହେଉଛି ବୋଲି ଆଶଙ୍କା କରି ଭୟରେ ଗ୍ରାମବାସୀମାନେ ନିଜର ଭିଟାମାଟି ଛାଡି ନିକଟସ୍ଥ ଦର୍ପନାରାୟଣପୁର ଗ୍ରାମରେ ରହୁଛନ୍ତି  । ଗ୍ରାମାବାସୀମାନଙ୍କ ମତ ଅନୁଯାୟୀ ରାତିରେ ଭୟଙ୍କର ଶଦ୍ଦ ହେବା ସହ ଗଛ ଭାଙ୍ଗିବା , ପଥର ପଡିବା ଆଦି ଭୟଙ୍କର ଘଟଣାମାନ ଘଟୁଛି  ।  ୪ ବର୍ଷ ଭିତରେ ଏହି ଗ୍ରାମରେ ୭ ଜଣ ଯୁବକଙ୍କ ମୃତୁ୍ୟ ହୋଇଗଲାଣି  । ବିଶେଷକରି ବିବାହର ଏକ ବର୍ଷ ପରେ ବିବାହିତ ପୁରୁଷ ଲୋକମାନେ ଏହାର ଶିକାର ହେଉଛନ୍ତି  । ଯାହା ଫଳରେ ଗ୍ରାମଟି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ଯାଇଛି  । ଏହି ଗ୍ରାମର ଲୋକାମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ତୁରନ୍ତ  ଥଇଥାନ କରିବା ନିମନ୍ତେ ଗ୍ରାମବାସୀମାନେ ନିବେଦନ କରିଛନ୍ତି  ।

Leave A Reply