ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାର ଜଣେ ଅନନ୍ୟ ବରପୁତ୍ର ତଥା ବିଶିଷ୍ଟ ସାହିତି୍ୟକ ଉମାକାନ୍ତ ମହାନ୍ତିଙ୍କ ପରଲୋକ ହୋଇଯାଇଛି ।ସ୍ୱର୍ଗତ ମହାନ୍ତି ଏକାଧାରରେ ଜଣେ ଶିକ୍ଷାବିତ,ସମାଜସେବୀ,ସୁସଂଗଠକ,ନାଟ୍ୟକାର,େଓøପନ୍ୟାସିକ,ସମାଲୋଚକ,ଶିଶୁ ସାହିତି୍ୟକ ହିସାବରେ ପରିଚିତ ଥିଲେ ।ସେ ଜଗତସିଂହପୁର ଜିଲ୍ଲା ଇତିହାସ ପୁସ୍ତକର ସହ ଲେଖକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ସଦର ବ୍ଲକ ମଣ୍ଡାସାହି ଅଞ୍ଚଳର ଏହି ବିଶିଷ୍ଟ ସମାଜସେବୀଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ତାଙ୍କର ଅନ୍ତେଷ୍ଟିକ୍ରୀୟା ଜନ୍ମମାଟି ମଣ୍ଡାସାହିରେ କରାଯାଇଥିଲା ।ସ୍ୱର୍ଗତ ମହାନ୍ତିଙ୍କ ଶବାଧାରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ସେଷ ଦର୍ସନ କରିଥିବା ବେଳେ ଏକମାତ୍ର ପୁଅ ଦେବଦତ୍ତ ମହାନ୍ତି ମୁଖାଗ୍ନି ।ସ୍ୱର୍ଗତ ମହାନ୍ତି ୧୯୪୦ ମସିହାରେ ଉତ୍ତରଣ୍ଡା ମଣ୍ଡାସାହିରେ ଜନ୍ମ ଗ୍ରହଣ କରିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା ।ତାଙ୍କର ବହୁ ଅନବଦ୍ୟ ସୃଷ୍ଟି କାହାଣୀ ପୁରାଣ ଯୁଗର,ଦେଶ ନାୟକର ଜୀବନ୍ତ ସମାଧୀ,ମୋ ସ୍ୱପ୍ନ କାହାଣିର ଦେଶ,ଶିବ କଳ୍ପତରୁ,କାହାଣି ଉତ୍ତରାର୍ଦ୍ଧର ଆଦି ଓଡିଆ ଭାଷା ସାହିତ୍ୟ ଓ ଶିଶୁ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା ।