Odisha news

ରକ୍ତଦାନ ସେବା ଗ୍ରୁପ ପକ୍ଷରୁ ଅସହାୟଙ୍କୁ ସହାୟତା

0

କୁଆଖିଆ : ରସୁଲପୁର ବ୍ଲକ୍ ଅନ୍ତର୍ଗତ ହରିପୁର ନିକଟ ବ୍ରାହ୍ମଣ ବାଛପୁର ଗ୍ରାମର ଅସହାୟା ବାଜନ ପରିଡା (୮୬) ଓ ତାଙ୍କ ସ୍ରୀ (୮୪) ନଳିନୀ ପରିଡା ଙ୍କୁ ରକ୍ତ ସେବା ଗ୍ରୁପ ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ଓ ଖରାଦିନ ପାଇଁ ପଙ୍ଖା  ପ୍ରଦାନ କରାଯାଇଛି । ଯାଜପୁର ବ୍ଲକ ମହେଶ୍ୱର ପୁର  ପଂଚାୟତ ବ୍ରାହ୍ମଣ ବାଛପୁର  ଗ୍ରାମର  ପରିଡା ବୃଦ୍ଦ ଦମ୍ପତି  ପୁଅ ବୋହୁଙ୍କ ନିକଟରେ ଅଲୋଡା ହୋଇ ଅସହାୟ ଭାବେ କାଳାତିପାତ କରୁଥିଲେ ।  ଦିନେ ଖାଇଲେ ଦିନେ ଓପାସ,ମାଗିଯାଚି ଗୁଜରାଣ ମେଂଟାଇ ସେମାନେ ଚଳନ୍ତି ।  ଏ ସମ୍ପର୍କରେ ରକ୍ତ ସେବା ସଂଗଠନ  ଖବର ପାଇ ବ୍ରାହ୍ମଣ ବାଛପୁର  ଗ୍ରାମରେ ପହଁଚି ସହାୟତାର ହାତ ବଢ଼ାଇଥିଲେ ।

ତାଙ୍କ ପାଖକୁ ହିମାଂଶୁ ସାହୁ, ସୋ÷÷ଭାଗ୍ୟ ରଂଜନ ପଣ୍ଡା,ଦେବୁ ପ୍ରସାଦ ଲେଙ୍କା,ବଳରାମ ବାରିକ,ମନୋରଂଜନ ବାରିକ,ନାଗାର୍ଜୁନ ସାହୁ,ତରୁଣ କୁମାର ମହାନ୍ତି,ଚକ୍ରଧର ଲେଙ୍କା,ରଜତ,ଆଶୁତୋଷ ପଣ୍ଡା,ଆଶିଷ,ରତିକାନ୍ତ ଓ ଅନ୍ୟ ସଦଶ୍ୟ  ସେଠାରେ ପହଁଚି ନଗଦ ଟଙ୍କା,ଖରାଦିନ ପାଇଁ ପଙ୍ଖା ଓ ମାଗଣା ଖାଦ୍ୟ ପ୍ୟାକେଟ  ସହାୟତା ଦେବା ସହ ଅସୁବିଧା ପଡିଲେ ତାଙ୍କ ସହ ଯୋଗା ଯୋଗ କରିବାକୁ କହିଥିଳେ । ଏଥିରେ ଡୋନେଟ ବ୍ଲଡସେବା ସଂଘର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।  ସେମାନେ ମହେଶ୍ୱରପୁର ସରପଂଚକୁ ସାକ୍ଷାତ କରି ଦମ୍ପତିଙ୍କୁ ଭତାା,ରାସନ,ରହିବା ପାଇଁ ଆବାସ ଗୃହ ଯୋଗାଇ ଦେବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.