Odisha news

ରସୁଲପୁରରୁ ପୁଣି ୨ କରୋଣା ଚିହ୍ନଟ : ରସୁଲପୁର ବ୍ଲକରୁ ମୋଟ ୩୯ ଜଣ କରୋନା ଚିହ୍ନଟ

0

କୁଆଖିଆ : ରସୁଲପୁର ବ୍ଲକରୁ ମୋଟ ୩୯ ଜଣ କରୋନାରେ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଅର୍ଥଙ୍ଗା ଅଂଚଳରୁ ୨ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସଂଖ୍ୟା ୪୧ରେ ପହଂଚିଛି ।ପୂର୍ବରୁ କରୋନାରେ ଆକ୍ରାନ୍ତ ୧୮ ଜଣ  ଚିକିସôା ପରେ ଏବେ ସେମାନେ ସୁସ୍ଥ ହେଉଥିବା ଅନୁସନ୍ଧାନ ଜଣା ଯାଇଛି । ବ୍ଲକ ଅଂଚଳର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ  ଆକôାନ୍ତ ମାନେ  ପ୍ରଶାସକଙ୍କ ଦ୍ୱାରା  ଚିହ୍ନଟ ହୋଇ ଟାଟା କୋଭିଡ ହ୍ସପିଟାଲକୁ   ଯାଇଥିଲେ ଏବେ   ସେଥିରୁ ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ।

କୃଷ୍ଣପଡା,ସଦାନନ୍ଦପୁର,ରସୁଲପୁର,ବିରଭାନପୁର,ମୁଗୁପାଳ,କୋଳଥଳ  ଓଡିଶୋ ,ମଙ୍ଗରାଜପୁର ଆଦି ବିଭିନ୍ନ  ଗ୍ରାମରୁ କରୋନା ଆକ୍ରାନ୍ତ  ଜଣାପଡିବା ପରେ  ପ୍ରଶାସନ ସେମାନଙ୍କୁ ଟାଟା କୋଭିଡ ହସପିଟାଲରେ ଭର୍ତୀ କରି ଚିକିସôା ଜାରି ରଖିଥିବା ବେଳେ ଅନ୍ୟ ସୁସ୍ଥ ଲୋକ ମାନଙ୍କୁ ଛାଡି ଦେଇଛି । ସେହିପରି ଅରଡା ପ୍ରାଥମିକ ବିଦ୍ୟାଳୟ   କଂଟେନମେଂଟରେ ନୂଆ କରି  ୭ଜଣ ପ୍ରବାସୀ ତେଲେଙ୍ଗାନା ଆନ୍ଦ୍ରପ୍ରଦେଶରୁ ଆସି ରହିଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରହିବାର ସୁବନେ୍ଦାବସ୍ତ କରାଯାଇଛି । ଏହି କେନ୍ଦ୍ରରେ ଆଶା ଓ ଅଙ୍ଗନ ବାଡି କର୍ମୀ ଦାୟିତ୍ୱ ନିର୍ବାହ କରୁଛନ୍ତି ।

Leave A Reply

Your email address will not be published.