କୁଆଖିଆ : ରସୁଲ ପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଠାରେ ପ୍ରାଥମିକ ବୁଣାକାର ମାନଙ୍କର ବିଭିନ୍ନ ଅଭାବ ଅସୁବିଧା ନେଇ ସାମାଜିକ ଦୁରତାରେ ଏକ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ କରୋନା ପାଇଁ ଓ ବିଗତ ଫନି ବାତ୍ୟାରେ ପ୍ରଭୁତଃ କ୍ଷୟକ୍ଷତି ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ କ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଓ ବୟନ ଶିଳ୍ପ ବିଭାଗ ବୟନିକାକୁ ୨୫ କୋଟି ଓ ଉକôଳୀକାକୁ ୫ କୋଟି ସୁଧ ମୁକ୍ତ ଟଙ୍କାର ସହାୟତା ପ୍ରାବନ୍ଧ ଦିଆଯାଇଥିଲା । କରୋନା ବେଳେ ବୁଣାକାର ମାନେ ବୁଣିଥିବା ଲୁଗାକୁ ବୟନିକା ଓ ଉକôଳିକାକୁ ସହଜରେ କ୍ରୟ କରି ଗ୍ରାମାଂଚଳରେ ଥିବା ବୁଣାକାରଙ୍କ ଆର୍ଥୀକ ବ୍ୟବସ୍ତାରେ ଉନ୍ନତୀ ଆଣିଥିଲା ।ବିଗତ ଫନି ବାତ୍ୟାରେ କ୍ଷତି ଗ୍ରସ୍ତ ବୁଣାକାରଙ୍କ ପରିବାର ପାଇଁ ଆର୍ଥୀକ ସହାୟତା ପ୍ୟାକେଜ ଓ ଅକ୍ଷୟ କୋଷରେ ଗଚ୍ଛିତ ଜମାରୁ ଅଧିକ ୨୦ଶତକଡା ହାର ରିଲିଜ କରାଯାଇଥିବାରୁ ବୁଣାକାର ସଂଘ ପକ୍ଷରୁ ବୟନ ଶିଳ୍ପ ବିଭାଗ ନିଷ୍ପତିକୁ ସ୍ୱାଗତ କରାଯାଇଥିଲା ।
ଏହାଛଡା ଅବସର ପ୍ରାପ୍ତ ବୟନ ଶିଳ୍ପ ଯୁଗ୍ମ ନିଦେ୍ର୍ଧଶକ ଦଶରତ ନନ୍ଦଙ୍କୁ ତାଙ୍କର ଦକ୍ଷତା ଓ ପାର ଦର୍ଶିତା ପାଇଁ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇଥିଲେ । ତାଙ୍କ କାର୍ଯ୍ୟ କାଳରେ ପ୍ରାଥମିକ ବୁଣାକାର ସହଯୋଗ ସମିତିର କର୍ମକର୍ତା ମାନେ ସରକାରୀ ସେବା ସୁବିଧା ସହଜରେ ଉପଲବ୍ଧ କରିପାରୁଥିଲେ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠି ଜୋନର ନାମ ନେଇ ଦକ୍ଷ ତଥା ଅନୁଭବି କର୍ମଚାରୀ ଶ୍ରୀ ନନ୍ଦଙ୍କୁ ପୁନଃ ନିଯୁକ୍ତି ନଦେବାକୁ ଭିତିହୀନ ଖବର ପ୍ରଚାର କରିଥିଲେ । ଏହି ବ୍ୟାପାର ସରକାରଙ୍କର ହୋଇଥିବା ବେଳେ ପ୍ରାଥମିକ ବୁଣାକାର ମାନେ ଏଥିରେ ସଂଶ୍ଳିଷ୍ଟ ନୁହନ୍ତି ବୋଲି ସଦସ୍ୟ ମାନେ ମତ ରଖିଥିଲେ । ଶୀ୍ର ନନ୍ଦଙ୍କ ନାମରେ ଏଭଳି ମିଥ୍ୟା ଖବରକୁ ବୈଠକରେ ନିନ୍ଦା କରାଯାଇଥିଲା । ବୈଠକରେ ରବିନ୍ଦ୍ର ଗୁଇଁ,ସୁରେନ୍ଦ୍ର ଦାସ,ହେମନ୍ତ କୁମାର ଦାସ,ଗୋପାଳ କୃଷ୍ଣ ଗୁଇଁ,ରବିନ୍ଦ୍ର ସେନାପତି ଓ ଗୋପାଳ ପୁର ଅଂଚଳର ବହୁ ବୁଣା କାର ଯୋଗଦେଇଥିଲେ ।