ବନ୍ତଳା: ସାରା ବିଶ୍ୱରେ ଏବେ କରୋନା ମହାମାରୀ କବଳରେ କବଳିତ । ସେଥିପାଇଁ ସାରା ଦେଶ, ରାଜ୍ୟ ସବୁଆଡେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସମସ୍ତ ପ୍ରକାର ମୋଳିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ସେଥି ମଧ୍ୟରୁ ଶିକ୍ଷା ଅନୁଷ୍ଠାନ ଗୁଡିକୁ ମଧ୍ୟ ଲକ୍ ଡାଉନ୍ କରାଯାଇଛି । ସେଥିପାଇଁ ପିଲା ମାନଙ୍କ ପାଠ ପଢ଼ା ପାଇଁ ହ୍ୱାର୍ଟସ ଆପ୍ ଗ୍ରୁପ ଜରିଆରେ ପାଠ ପଢ଼ିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛନ୍ତି ।
ସେଥିପାଇଁ ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ଗ୍ରୁପ ଗଠନ କରାଯାଇଛି । ସୂଚନା ଥାଉକି ଅନୁଗୁଳ ବ୍ଲକର ୨୧୨ଟି ବିଦ୍ୟାଳୟ ଥିବା ବେଳେ ସେଥି ମଧ୍ୟରୁ ବନ୍ତଳା ଅଚଂଳରେ ଅନେକ ସ୍କୁଲ ଦୁର୍ଗମ ଅଚଂଳରେ ଅବସ୍ଥିତ । ଯେଉଁଠି ମୋବାଇଲ ସେବା ସାତ ସପନ । ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ଅଭିଭାବକଙ୍କ ପାଖରେ ସ୍ମାର୍ଟ ଫୋନ ମଧ୍ୟ ନାହିଁ । ଗୋଟିଏ ପଟେ ଲକ୍ ଡାଉନ୍ ଯୋଗୁଁ କାମ ଧନ୍ଦା ଠପ ହୋଇଯାଇଥିବା ବେଳେ ମାତ୍ରାଧିକ ମୂଲ୍ୟ ଦେଇ ସ୍ମାର୍ଟ ଫୋନ କିଣିବା ସମ୍ଭବ ହେଉନାହିଁ ବୋଲି ଅନେକ ଅଭିଭାବକ କହିଛନ୍ତି । ଆଉ ଯେଉଁ ମାନଙ୍କ ପାଖରେ ସ୍ମାର୍ଟ ଫୋନ ଅଛି ତାକୁ ନେଇ ପରିବାର ମଧ୍ୟରେ କନ୍ଦଳ ମଧ୍ୟ ହେଉଥିବା ନଜରକୁ ଆସୁଛି । ବନ୍ତଳା ଅଚଂଳର ବଲଙ୍ଗ, ଜଗନ୍ନାଥପୁର, ମାଣିକଯୋଡି, କୋଠଭୂଇଁ, ଟିକରପଡା, ପୁରୁଣାକୋଟ, ଶରଧାପୁର ପଚାଂୟତ ଗୁଡିକ ର ଅନେକ ଗାଁ ମୋବାଇଲ ସେବାରୁ ବଚିଂତ । ଏହି ଅଚଂଳ ଗୁଡିକ ପାହାଡ ପର୍ବତଘେରା ମଧ୍ୟରେ ପରିବେଷ୍ଟିତ ।
ଯାହାର ବି ଫୋନ ଅଛି ବ୍ୟବହାର କରିବା ପାଇଁ ଗଛ ଉପରେ, ଉଚ ସ୍ଥାନକୁ ଯିବାକୁ ପଡିଥାଏ । ଏମିତିକି ଜରୁରୀ ସେବା ପାଇଁ ଅନେକ ବାଟ ଆସିଲେ ମୋବାଇଲ ନେଟୱାର୍କ ଆସିଥାଏ । ତେବେ ଏଭଳି ସ୍ଥଳରେ ମୋବାଇଲ ଦ୍ୱାରା ପାଠ ପଢ଼ା କେତେଦୂର ସମ୍ଭବ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଖାଲି ସେତିକି ନୁହେଁ ପ୍ରାଇଭେଟ ସ୍କୁଲ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି । ହ୍ୱାର୍ଟସ ଆପ୍ ରେ ପାଠ ପଢ଼ା ବାବଦକୁ ନାମ ଲେଖା ସମୟରେ ମାସିକ ଦେୟ ନେଉଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଉଛି । ସେଥିପାଇଁ ଜିଲ୍ଲା ଶିକ୍ଷା ପରିଷଦ ଅଧିକାରୀ ଦୃଷ୍ଟି ଦେବା ଦରକାର ବୋଲି ସାଧାରଣରେ ଦାବୀ ହେଉଛି ।