Odisha news

ଅନୁଗୁଳରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ

0

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ରବିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣଙ୍କ ମଧ୍ୟରୁ ଜଣେ (୨୩) ଓ ଅନ୍ୟ ଜଣେ (୨୪) ବର୍ଷୀୟ ମୁମ୍ବାଇ ଫେରନ୍ତା ଯୁବକ ଗତ ମାସ ୨୬ ତାରିଖରୁ ସଙ୍ଗରୋଧରେ ଥିଲେ । ତାଙ୍କର ନମୁନା ପଜିଟିଭ ଜଣାପଡିବା ପରେ ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ୨ ପଜିଟିଭକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଁଚିଛି । ସେହିପରି ଗତ କାଲି ଜଣେ ସୁସ୍ଥକୁ ମିଶାଇ ବର୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୫ ଜଣ ସୁସ୍ଥ ହୋଇ ଅନୁଗୁଳସ୍ଥିତ କୋଭିଡ କେୟାର ସେଟଂରରେ ନିରୀକ୍ଷଣ ନିମନ୍ତେ ରହିଛନ୍ତି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.