Odisha news

ସବୁଠୁ ଭଲ ବ୍ୟାୟାମ ଝାଡ଼ୁ କରିବା

0

ଅଭିନେତ୍ରୀ ଶ୍ରୁତି ହାସନ୍‍ଙ୍କ ମତରେ ଝାଡ଼ୁ ଓ ପୋଛା ଲଗାଇବା ସବୁଠୁ ବେଷ୍ଟ୍‍ ଓ୍ୱାର୍କଆଉଟ୍‍ ।
ଶ୍ରୁତି ଇନ୍‍ଷ୍ଟାଗ୍ରାମ୍‍ ଷ୍ଟୋରିରେ ଏକ ଭିଡିଓ କ୍ଲିପ୍‍ ସେୟାର କରି ଲେଖିଛନ୍ତି, “ଝାଡ଼ୁ ପୋଛା ଦୁଇଟି
ଲେବଲ୍‍ ପାଇଁ ଭଲ କସରତ ।’ ଏଥିସହ ଶ୍ରୁତି ସୋସାଲ ମିଡିଆରେ ସକ୍ରିୟ ରହିଥାନ୍ତି । କିଛିଦିନ
ତଳେ ଅଣ୍ଡରଓ୍ୱାଟର୍‍ ଫଟୋଶୁଟ୍‍ର ଫଟୋ ସେୟାର୍‍ କରିଥିଲେ । ଏହାର କ୍ୟାପ୍‍ସନ୍‍ ଲେଖିଥିଲେ, ଓ୍ୱାଟର ବେବି ହାସଟ୍ୟାଗ୍‍ଥ୍ରୀବ୍ରେକ୍‍ । ଅନ୍ୟ ଏକ ଫଟୋରେ ଆଖି ସାହାଯ୍ୟରେ ମାସ୍କକୁ ଦେଖାଇଥିଲେ ଓ ସବୁ ସମୟକୁ ସେଲିବ୍ରେଟ୍‍ କରିବା ପାଇଁ କହିଥିଲେ । ତାଙ୍କ ଫିଲ୍ମ “ୟାରା’ ଖୁବ୍‍ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଜୁଲାଇ ୩୦ରେ ରିଲିଜ୍‍ ହେବ । ଏଥିରେ ବିଦୁ୍ୟତ୍‍ ଜାମଓ୍ୱାଲ, ଅମିତ ସାଥ, ବିଜୟ ବର୍ମା, କେନି ବାସୁମତରି ଓ ସଞ୍ଜୟ ମିଶ୍ରାଙ୍କ ଭଳି ଚରିତ୍ର ନଜରକୁ ଆସିବେ ।
ଏହା ଏକ କ୍ରାଇମ୍‍ ଡ୍ରାମା ଯାହା ଚାରି ଜଣ କୁଖ୍ୟାତ ଅପରାଧୀଙ୍କ ମଧ୍ୟରେ ବନ୍ଧୁତ୍ୱର କାହାଣୀ ଉପରେ ଆଧାରିତ ।

Leave A Reply