ଚୀନ୍ ବିରୋଧୀ ଭାବନା କେବଳ ଭାରତରେ ନୁହେଁ, ବିଭିନ୍ନ ଦେଶରେ ତେଜିବାରେ ଲାଗିଛି । ଚୀନ୍ର ବିସ୍ତାରବାଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପାକିସ୍ତାନୀମାନେ ମଧ୍ୟ ଭାରତୀୟଙ୍କ ସହ ସ୍ୱର ମିଳାଇଛନ୍ତି । ଜୁଲାଇ ୧୨ରେ ଏକତାର ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଲଣ୍ଡନସ୍ଥିତ ଚୀନା ଦୂତାବାସ ବାହାରେ ଭାରତୀୟ ବିକ୍ଷୋଭକାରୀଙ୍କ ମଧ୍ୟରେ ପାକିସ୍ତାନୀ ସାମିଲ ହୋଇ “ଜନ- ଗଣ-ମନ’ ଓ “ବନ୍ଦେ ମାତରମ୍’ ଗାଇଥିଲେ । ପାକିସ୍ତାନୀ ମାନବାଧିକାର କାର୍ଯ୍ୟକର୍ତ୍ତା ଆରିଫ ଆଜକିୟା ସେୟାର କରିଥିବା ଏହାର ଦୁଇଟି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି, ‘ମୋଜୀବନରେ ପ୍ରଥମ ଥର “ଜନ- ଗଣ-ମନ’ ଗାଇଲି ।