Odisha news

ସୋମବାର ଦିନ ଶିବଲିଙ୍ଗ ରେ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ, ମିଳିବ ପ୍ରତ୍ୟେକ କ୍ଷେତ୍ରରେ ସଫଳତା

0

ସୋମବାର ଦିନ ଦେବ ଦେବ ମହାଦେବ ଙ୍କୁ ଅର୍ପିତ, ଏହିଦିନ ଶୈବ ଉପାସକ ମାନେ ନିଜ ନିଜର ମନସ୍କାମନା ପୂରଣ ପାଇଁ ମହାଦେବ ଙ୍କୁ ନିର୍ଦ୍ଧିତ ଭାବରେ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରି ଥାଆନ୍ତି l ଏହିଦିନ ଟିର ଧର୍ମ ଶାସ୍ତ୍ର ଅନୁସାରେ ଖୁବ ମହତ୍ୱ ରହିଛି l ହିନ୍ଦୁ ଧର୍ମର ମାନ୍ୟତା ଅନୁସରେ ଆମେ ପ୍ରତିଦିନ ମହାଦେବ ଙ୍କୁ ପୂଜା କରି ପାରିବ, ନଚେତ ସୋମ ବାର ଦିନ ପୂଜା କରିବା ଆବଶ୍ୟକ l କିନ୍ତୁ ସର୍ବ ପ୍ରଥମେ ଶିବ ଲିଙ୍ଗରେ କଣ ଅର୍ପଣ କରିବା ଜରୁରୀ ତାହା ଜାଣି ରଖନ୍ତୁ l

– ସୋମବାର ରେ ଯଦି ମହାଦେବ ଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି, ତେବେ ସର୍ବ ପ୍ରଥମେ ଶିବ ଲିଙ୍ଗ ରେ ଜଳ ଲାଗି କରନ୍ତୁ l ଏବଂ ଏହି ଜଳ ତମ୍ବା ଲୋଟା ରେ ଅର୍ପଣ କରିବା ଆବଶ୍ୟକ l ସୂର୍ଯ୍ୟ ଓ ମହାଦେବ ଙ୍କ ପୂଜାରେ ବିଶେଷ ଭାବରେ ତମ୍ବା ଧାତୁର ପ୍ରୟୋଗ ହେବା ଶୁଭ ହୋଇଥାଏ l

– ଜଳ ଅର୍ପଣ କରିବା ସମୟ ରେ ନିହାତି ଭାବରେ ଶିବ ପଞ୍ଚାକ୍ଷରୀ ପାଠ କରନ୍ତୁ, ଏପରି କରିବା ଦ୍ୱାରା ନିଜ ମଧ୍ୟରେ ଥିବା ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l

– ସବୁବେଳେ ଧ୍ୟାନ ରଖିବେ ଯେ ଜଳରେ ସାମାନ୍ୟ ଗଙ୍ଗାଜଳ ମିଶାଇ ଅର୍ପଣ କରିବା ଶୁଭ ଅଟେ l ଏବଂ ଜଳ ଅର୍ପଣ ପରେ ଦୁଗ୍ଧ, ମହୁ, ଦହି, ବେଲପତ୍ର ଇତ୍ୟାଦି ଅର୍ପଣ କରନ୍ତୁ l ଏହାଦ୍ୱରା ଜୀବନ ର ସମସ୍ତ କ୍ଳେଶ ଦୂର ହୋଇଥାଏ l

– ଯଦି କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟରେ ସୋମ ବାର ଦିନ ବାହାରକୁ ଯାଉଛନ୍ତି ତେବେ ମହାଦେବ ଙ୍କୁ ଜଳରେ କଳା ରାଶି ମିଶାଇ ଅର୍ପଣ କରନ୍ତୁ l ଯାହାଦ୍ୱାରା କାର୍ଯ୍ୟ ଟି ଖୁବ ସୁରୁଖୁରୁ ରେ ହୋଇଯିବ l କଦାପି  ତମ୍ବା ଲୋଟା ରେ ମହାଦେବ ଙ୍କୁ ଦୁଗ୍ଧ ଅର୍ପଣ କରନ୍ତୁ ନାହିଁ l

– ଯଦି ବ୍ୟବସାୟ ଭିତିକ କାର୍ଯ୍ୟରେ ଯାଉଛନ୍ତି ତେବେ ମହାଦେବ ଙ୍କୁ ଜଳରେ ମହୁ ମିଶାଇ ଅର୍ପଣ କରନ୍ତୁ, ଏହାଦ୍ୱାରା ଅଟକି ଥିବା କାର୍ଯ୍ୟ ଖୁବ ସହଜ ରେ ହୋଇଯିବ ଏବଂ ଆପଣ ମଧ୍ୟ ଉକ୍ତ ବ୍ୟବସାୟ ରେ ସଫଳତା ପାଇବେ l

Leave A Reply