ସାଧାରଣ ଭାବରେ ଭାରତୀୟ ପରିବାର ରେ ସକାଳ ଜଳଖିଆ ରେ ବିଶେଷ ଭାବେ ବ୍ରେଡ ସହିତ ବଟର ଖାଉ ଥିବାର ଦେଖିବାକୁ ମିଳିଥାଏ, ଏବଂ ଯଦି ପରଟା ସହିତ ତରକାରୀ ପ୍ରସ୍ତୁତ କରାଯାଏ ତେବେ ଅଧିକ ମାତ୍ରାରେ କୁକିଙ୍ଗ ଅଏଲ ର ବ୍ୟବହାର ହୋଇଥାଏ l ଏପରି ସ୍ଥିତି ରେ ଆପଣ ସାବଧାନ ରହିବ ଜରୁରୀ l କାହିଁକି ନା ନିକଟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଅର୍ଥାତ ICMR ଏହାକୁ ନେଇ ଗୋଟିଏ ଚେତାବନୀ ଦେଇଛି l
ଯେଉଁଥିରେ କୁହାଯାଇଛି ବ୍ରେଡ, ବଟର ଓ ରିଫାଇଣ୍ଡ ଅଏଲ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ପ୍ରାଣ ଘାତକ ଅଟେ l ଯାହାଦ୍ୱାରା ମୋଟାପା, ହାର୍ଟ ଆତାଙ୍କ, ଏବଂ ଷ୍ଟ୍ରୋକ ଆଦି ସମସ୍ୟା ଦେଖିବାକୁ ମିଳିଥାଏ l ଆଜି ଆସନ୍ତୁ ଜାଣିବା ଏହିସବୁ ଖାଦ୍ୟ କୁ ସେବନ କରିବା ଦ୍ୱାରା କେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ l
– ICMR ର ସୂଚନା ଅନୁସାରେ ବ୍ରେଡ ବଟର ଓ କୁକିଙ୍ଗ ଅଏଲ ରେ ସର୍ବାଧିକ ପ୍ରୋସେସଡ଼ ଫୁଡ ଅଟେ l ଅର୍ଥାତ ଏହିସବୁ ଜିନିଷ କୁ ଚିନି, ଲୁଣ, ଏବଂ ପ୍ରୋସେସଡ଼ ଜିନିଷ ଦ୍ୱାରା ପ୍ରସ୍ତୁତ କରାଯାଇ ଥାଏ l ଏହି ୩ଟି ଜିନିଷ ଆମ ଦୈନନ୍ଦିନ ଜୀବନ ରେ ସର୍ବାଧିକ ବ୍ୟବହୃତ ନିୟମିତ ହୋଇଥାଏ l
– ଏହାଛଡା ମଇଦାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, କଲଡଡ୍ରିଙ୍କସ ବିଭିନ୍ନ ପାନୀୟ ମଧ୍ୟ ପ୍ରୋସେସଡ଼ କରାଯାଇ ଥାଏ l ଯାହାକି ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ର କାରଣ ଅଟେ l
– ICMR ର ସୂଚନା ଅନୁସାରେ ଅଲଟ୍ରା ପ୍ରୋସେସଡ଼ ଫୁଡ କୁ ଯଦି ଦୀର୍ଘ ଦିନ ପର୍ଯ୍ୟନ୍ତ ଅଧିକ ବ୍ୟବହାର କରାଯାଇ ଥାଏ ତେବେ ମୋଟାପା ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ, ଏବଂ ଏହା ଷ୍ଟ୍ରୋକ ର କାରଣ ମଧ୍ୟ ଅଟେ l
– ଅଲଟ୍ରା ପ୍ରୋସେସଡ଼ ଫୁଡ ରେ ଫ୍ୟାଟ କଣ୍ଟେଣ୍ଟ ସର୍ବାଧିକ ରହିଥାଏ, ଯାହାକି ବ୍ରେନ ପ୍ରତି ବିପଦ ସୃଷ୍ଟି କାରକ ଅଟେ , ଏହିସବୁ ଖାଦ୍ୟ କୁ ଅଧିକ ସେବନ କଲେ ନିଦ୍ରା ହୀନତା ସମସ୍ୟା ଦେଖା ଯାଇଥାଏ l
– ଅଲଟ୍ରା ପ୍ରୋସେସଡ଼ ଫୁଡ ପାଟି କୁ ସ୍ୱାଦିଷ୍ଟ ଲାଗିଥିଲେ ସୁଦ୍ଧା ଜୀବନ ପ୍ରତି ବିପଦ ପୁର୍ଣ ଅଟେ l ICMR ପକ୍ଷରୁ ଏହିସବୁ ଖାଦ୍ୟକୁ ସ୍ଲୋ ପଏଜନ ସହିତ ତୁଳନା କରାଯାଇଛି l