ଆମ ହିନ୍ଦୁ ଧର୍ମ ରେ ଶିବ ଲିଙ୍ଗକୁ ପୂଜା କରିବାର ଅନେକ ମହତ୍ୱ ରହିଛି l ବିଶେଷ ଭାବରେ ସୋମବାର ଦିନଟି ମହାଦେବ ଙ୍କୁ ସମ୍ପୂର୍ଣ୍ଣ ଭକ୍ତି ଓ ସମର୍ପଣ ଭାବରେ ପୂଜାର୍ଚନା କରାଯାଇ ଥାଏ l ଶିବ ପୂରା଼ଣ ରେ କୁହାଯାଇଛ୍ହି ଯେ ମହାଦେବ ଙ୍କୁ ସୋମବାର ଦିନ ଜଳ ସମର୍ପଣ କରିବା ଦ୍ୱାରା ସେ ଖୁବ ଶୀଘ୍ର ସନ୍ତୁଷ୍ଠ ହୋଇ ଥାଆନ୍ତି l
ଶାସ୍ତ୍ରରେ ଶିବ ଲିଙ୍ଗକୁ ନେଇ ଅନେକ ତଥ୍ୟ ଦିଆଯାଇଛି l ଯାହାକୁ ମାନିବା ନିହାତି ଜରୁରୀ l ନଚେତ୍ ଏହାଦ୍ୱାରା ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ଲାଭ ହୋଇଥାଏ l ଆଜି ଆସନ୍ତୁ ଜାଣିବା ସୋମବାର ଦିନ ଶିବ ଲିଙ୍ଗ ରେ କେଉଁ ସବୁ ଜିନିଷ ଅର୍ପଣ କରିବା ନାହିଁ l
* କଦାପି ଶିବ ଲିଙ୍ଗ ରେ ହଳଦୀ , କେତକୀ ଫୁଲ , ସିନ୍ଦୁର ଓ ତୁଳସୀ ଅର୍ପଣ କରିବା ଉଚିତ ନୁହେଁ l ଏହାଦ୍ୱାରା ଭଗବାନ୍ ଶିବ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ହେବାକୁ ଥିବା କାମ ବିଗିଡି ଯାଇଥାଏ l
* ରାଶି କିମ୍ବା ରାଶି ରେ ପ୍ରସ୍ତୁତ କୌଣସି ଜିନିଷ ମହାଦେବ ଙ୍କୁ ଅର୍ପଣ କରିବା ଉଚିତ ନୁହେଁ l କାହିଁକି ନା ରାଶୀ ବିଷ୍ଣୁ ଙ୍କ ଦେହ ର ମଳି ରୁ ସୃଷ୍ଟି ହୋଇଛି l
* ଶିବ ପୁରାଣ ରେ କୁହାଯାଇଛି ଯେ କଦାପି ମହାଦେବ ଙ୍କ ନିକଟରେ ଭଙ୍ଗା ଚାଉଳ ଅର୍ପଣ କରିବା ଉଚିତ ନୁହେଁ l କାହିଁକି ନା ଭାଙ୍ଗି ଯାଇଥିବା ଚାଉଳ ଅଶୁଧ ଓ ଅପୂର୍ଣ୍ଣ ଅଟେ l ଯାହାଦ୍ୱାରା ମହାଦେବ ରୁଷ୍ଟ ହୋଇ ଥାଆନ୍ତି l
* ଯେବେବି ଆପଣ ଶିବ ଲିଙ୍ଗରେ ଜଳ ଅର୍ପଣ କରୁଛନ୍ତି ସେତେବେଳେ ଏହି ବିଶେଷ ମନ୍ତ୍ର ପାଠ କରନ୍ତୁ l ” ଶ୍ରୀଭଗବତେ ସାମ୍ବଶିବାୟ ନମଃ , ସ୍ନାନୀୟଙ୍ଗ ଜଳ ସମର୍ପୟାମୀ l “
* ମହାଦେବ ଙ୍କ ମନ୍ଦିର ରେ କୌଣସି ନିର୍ଦ୍ଧିଷ୍ଟ ଫଳ ପ୍ରାପ୍ତି ପାଇଁ ଯଦି ଜଳ ଅର୍ପଣ କରୁଛନ୍ତି ତେବେ ଏହି ଶକ୍ତିଶାଳୀ ମନ୍ତ୍ର ଜପ କରନ୍ତୁ ” ଓଂ ହିଂ ହଂ ନମଃ ଶିବାୟ l ଓଂ ତତ ପୁରୁଷାୟ ବିଦମହେ, ମହାଦେବାୟ ଧୀମହୀ ,ତନ୍ନ ରୁଦ୍ର୍ ପ୍ରଚୋଦାୟତ l “