ଜୀବନ ରେ ଛୋଟ ଛୋଟ ଜିନିଷ କୁ ମିଶାଇବା ପରେ ଗୋଟିଏ ଘର ତିଆରି ହୋଇଥାଏ l ଘରେ ଏହି ଛୋଟ ଛୋଟ ଜିନିଷ ର ଅଲଗା ଅଲଗା ମହତ୍ୱ ଓ ଅନେକ ଯୋଗଦାନ ରହିଥାଏ l ଯେପରିକି ବାସ୍ତୁ ଶାସ୍ତ୍ରରେ ବାସ୍ତୁ ବିତ ମାନେ କହିଛନ୍ତି ଯେ କଇଁଚି , ଝାଡୁ ଭଳି ଘର କରଣା ଜିନିସ ଆର୍ଥିକ ସମ୍ପନତା ଓ ସମୃଦ୍ଧି ପାଇଁ ଯୋଗଦାନ କରିଥାଏ l ଏହିସବୁ ଛୋଟ ଛୋଟ ଜିନିଷ ମଣିଷ କୁ ଭାଗ୍ୟଶାଳୀ କରିଥାଏ l କିନ୍ତୁ ଏହି ସବୁ ଜିନିଷ ର ଭୁଲ ବ୍ୟବହାର ମଣିଷ କୁ କାଙ୍ଗାଳା କରି ଦେଇଥାଏ l
* ଝାଡୁ –
ଝାଡୁ କୁ ଧନ ସହିତ ଯୋଡ଼ାଯାଇ ଥାଏ l ତେଣୁ କଦାପି ଝାଡୁ କୁ ଗୋଡ଼ ଲଗାଇବା ଉଚିତ ନୁହେଁ , ଝାଡୁ କୁ ଭୁଲ ଜାଗାରେ ରଖିବା ମଧ୍ୟ ଠିକ ନୁହେଁ l ଭାଙ୍ଗି ଯାଇଥିବା ଝାଡୁ କୁ ଘରେ ରଖିବା ଦ୍ୱାରା କାଙ୍ଗାଳ ଅବସ୍ଥା ହୋଇ ଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କୁ ସବୁବେଳେ ଘର କୋଣରେ ଲୁଚାଇ ରଖିବା ଜରୁରୀ l ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରିବା ଦ୍ୱାରା ଦାରିଦ୍ରତା ଆସିଥାଏ l
* କଇଁଚି –
କଇଁଚି ସମ୍ପର୍କ କୁ ନେଇ ଘରେ ବଡ ଭୂମିକା ରଖିଥାଏ l କଦାପି ଉପହାର ରେ କଇଁଛି କାହାକୁ ଦେବା ଉଚିତ ନୁହେଁ କିମ୍ବା ଖାଲି କଇଁଚି ଚଲାଇବା ଉଚିତ ନୁହେଁ l
* ଛୁରୀ –
ଛୁରୀ କୁ ସବୁବେଳେ ରୋଷେଇ ଘରେ ଓଲଟା ରଖିବା ଜରୁରୀ l ଅର୍ଥାତ ଧାର ପଟ ତଳକୁ ରଖନ୍ତୁ l ଏହାଦ୍ୱାରା ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l ବିନା ଧାର କିମ୍ବା କଳଙ୍କି ଲାଗି ଥିବା ଛୁରୀ ପରିବାର ମଧ୍ୟକୁ ଆକସ୍ମିକ ଭାବରେ ରୋଗ କୁ ଟାଣି ଆଣିଥାଏ l ଘରେ ବଡ଼ ଛୁରୀ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ରେ କଳହ ସୃଷ୍ଟି ହୋଇଥାଏ l
* ପା ପୋଛ ବା ଗୋଡ଼ ପୋଛା –
ପା ପୋଛ ଦ୍ୱାରା ଘରକୁ ଉଭୟ ଦୁଃଖ ଓ ସୁଖ ର ଆଗମନ ହୋଇଥାଏ l ଏହାକୁ ସବୁବେଳେ ସଫା ରଖିବା ଜରୁରୀ ଏବଂ ଛିଡି ଯାଇଥିବା ପା ପୋଛା କଦାପି ଘରେ ରଖିବା ଉଚିତ ନୁହେଁ l