Odisha news

ଏସିଡିଟିର ପ୍ରତିକାର ଓ ତୁରନ୍ତ କଣ କରିବା ଉଚିତ ଆସନ୍ତୁ ଜାଣିବା

0
ଆଜିକାଲି ଆମ ମାନଙ୍କ ନିକଟରେ ଏସିଡିଟି ଗୋଟିଏ ସାଧାରଣ ସମସ୍ୟା ଭାବରେ ଦେଖା ଦେଉଛି l କିଛିବି ଖାଇ ଦେବା ତୁରନ୍ତ ପରେ ଆମେ ଏସିଡିଟି ଦ୍ୱାରା ଆକ୍ରାନ୍ତ ହେଉଛୁ ଓ ଯେଉଁ କାରଣରୁ ଗ୍ୟାଷ୍ଟ୍ରିକ,  ହାର୍ଟ ବର୍ଣ , ଅଲସର ଭଳି ସମସ୍ୟା ଦେଖା ଦେଉଛି l ଅନିୟମିତ ଜୀବନଶୈଳୀ , ଖରାପ ଖାଦ୍ୟ ପେୟ , ଶାରୀରିକ ବ୍ୟାୟାମ ନ କରିବା , ମାଦକ ଦ୍ରବ୍ୟ ସେବନ ,  ଫ୍ୟାଟ ଯୁକ୍ତ ଭୋଜନ ସେବନ, ପେପ୍ଟିକ ଅଲସର  କାରଣରୁ ଏସିଡିଟି ହୋଇଥାଏ l  ସେହି କ୍ଷଣି ମଧ୍ୟ ଅମେ ତୁରନ୍ତ ଔଷଧ ଖାଇ ନେଉଛୁ l କିନ୍ତୁ ଆମର ଏହି ଅଭ୍ୟାସ ଆମକୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦ୍ୱାରା ଆକ୍ରାନ୍ତ କରିଥାଏ l
ଏସିଡିଟି ଔଷଧ ଠାରୁ ଦୂରେଇ ରୁହନ୍ତୁ -:
* କିଛି ଲୋକ ଏସିଡିଟି ହେବା ମାତ୍ରକେ ଔଷଧ ସେବନ ତୁରନ୍ତ କରି ଦିଅନ୍ତି l ଏହି ଔଷଧ କିଛିଦିନ ପର୍ଯ୍ୟନ୍ତ ତ ଲାଭ ଦେଇଥାଏ , କିନ୍ତୁ ଯେମିତି ଆପଣ ଔଷଧ ଛାଡି ଦିଅନ୍ତି ପୁନର୍ବାର ଏସିଡିଟି ଆରମ୍ଭ ହୋଇଯାଏ l କିଛିଦିନ ପରେ ଔଷଧ ସେବନ କରିବାର ଅଭ୍ୟାସ ପଡ଼ିଯାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏସିଡିଟି ଔଷଧ ର ସେବନ ମାତ୍ର ୪ ସପ୍ତାହ ପର୍ଯ୍ୟନ୍ତ କରାଯାଇ ଥାଏ l ଅତ୍ୟଧିକ ଏସିଡିଟି ଔଷଧ ସେବନ ଦ୍ୱାରା କିଡ଼ନୀ ସମସ୍ୟା ମଧ୍ୟ ହୋଇଥାଏ l
* ଏସିଡିଟି ଓ ଗ୍ୟାସ ପାଇଁ ଅତ୍ୟଧିକ ଔଷଧ ସେବନ କରିବା ଦ୍ୱାରା ମେମୋରୀ ଲସ ବା ଡେମେନସିଆ ସମସ୍ୟା ବଢି ଯାଇଥାଏ l ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଔଷଧ ସେବନ କରୁଛନ୍ତି ତେବେ ଭୁଲିବା ସମସ୍ୟା ଦେଖା ଦେଇଥାଏ l
* ଗୋଟିଏ ଗବେଷଣା ଅନୁସାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯଦି ଆମେ ଗ୍ୟାସ ଔଷଧ ସେବନ କରିବା ତେବେ ପେଟ ରୁ ଗୁଡ଼ ବ୍ୟାକଟେରିଆ ନଷ୍ଟ ହୋଇ ପେଟ ର ସଂକ୍ରମଣ ବୃଦ୍ଧି ହୋଇଥାଏ l
* ଏସିଡିଟି ଔଷଧ ଅଧିକ ସେବନ କରିବା ଦ୍ୱାରା ରକ୍ତ ଉପରେ ପ୍ରଭାବ ପକାଇ ଥାଏ l ଏହାଦ୍ୱାରା ଶରୀର ରେ ମଗ୍ନେସିୟମ ମାତ୍ରା ବଢି ଯାଇଥାଏ ଓ କିଡ଼ନୀ ଉପରେ ପ୍ରଭାବ ପକାଇଥାଏ l
* ଏସିଡିଟି ରୁ କିପରି ଆରାମ ପାଇବେ -:
– ଏସିଡିଟି ଠାରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟ ଶୈଳୀ ରେ ପରିବର୍ତନ କରନ୍ତୁ l
– ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ l
– ମାନସିକ ଚାପ ଠାରୁ ଦୂରେଇ ରୁହନ୍ତୁ l
– ଖାଇବାରେ ଦୁଗ୍ଜ , ମସଲାଯୁକ୍ତ ଖାଦ୍ୟ କୁ ସାମିଲ କରନ୍ତୁ ନାହିଁ l
Leave A Reply