ନିରାକାରପୁର,୨୮/୫: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ବିଶିଷ୍ଟ ବାୟକ ରାଜ କିଶୋର ପ୍ରଧାନ (୮୮) ଚିକିତ୍ସା ହେଉଥିବା ଅବସ୍ଥାରେ ପରଲୋକ ଘଟିଛି।ସେ ନିରାକାରପୁର ଓ ଆଖପାଖ ଅଂଚଳର ଜଣେ ସୁନାମଧନ୍ୟ ବାୟକ ଥିଲେ।ସଂକୀର୍ତନ ଆସ୍ତେ ଆସ୍ତେ ଲୋପ ପାଇବାକୁ ଯାଉଥିବା ଅବସ୍ଥାରେ ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ କି ଏହି ନିଆରା ପଂରଂପରାକୁ ବଂଚେଇ ରଖିଥିଲେ। ସୂଚନାଯୋଗ୍ୟ କି ଚଳିତମାସ ୧ ତାରିଖରେ ସେ ଚାଲି ଚାଲି ଯାଉଥିବା ବେଳେ ନିରାକାରପୁର ପଂଚାୟତ ମଂଜାରିଆ ରାସ୍ତାରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ସେ ଗୁରୁତର ଆହତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଆସିବା ପରେ ପୁନର୍ବାର ଅସୁସ୍ଥ ଅନୁଭବ କରିଥିଲେ। ଭୁବନେଶ୍ୱର ସ୍ଥିତ ନିଳାଚଳ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ମ୍ରୁତ ଘୋଷଣା କରିଥିଲେ। ତାଙ୍କ ମ୍ରୁତ୍ୟୁ ଖବରରେ ନିରାକାରପୁର ଓ ଆଖପାଖ ଅଂଚଳର ସଂକିର୍ତ୍ତନ ପରିବାର ଗଭୀର ଶୋକ ପ୍ରକାଶ କରିଛନ୍ତି।