ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ସବୁ ମାସର ଶେଷ ଦିନ ହେଉଛି ପୂର୍ଣ୍ଣିମା । ଆଜି ପୌଷ ପୂର୍ଣ୍ଣିମା ତେଣୁ ଆଜିର ଦିନ ସହିତ ଗୋଟିଏ ମାସର ପରି ସମାପ୍ତି ହେଲା । ପୂର୍ଣ୍ଣିମା ରେ ବିଶେଷ ଭାବରେ ସ୍ନାନ ଦାନ ଓ ପୂଜା କର୍ମ ର ମହତ୍ତ୍ଵ ରହିଥାଏ ।
ପୌଷ ପୂର୍ଣ୍ଣିମା ଦିନ ସୂର୍ଯ୍ୟ ପୂଜା ସହିତ ମହାଦେବ, ବିଷ୍ଣୁ ଓ ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ମାନ୍ୟତା ରହିଛି ଯେ ଏହି ଦିନ ଦାନ ଧର୍ମ କଲେ ଲକ୍ଷ୍ମୀ ଙ୍କ କୃପା ଲାଭ ହୁଏ ।
* ପୂର୍ଣ୍ଣମୀ ଦିନ ଘରର ମୁଖ୍ୟ ଦ୍ଵାରରେ ତୋରଣ ଲଗାଇବା ଦ୍ଵାରା ସୁଖ ସମୃଦ୍ଧି ଲାଭ ହୋଇଥାଏ । କାରଣ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଆମ୍ବ ଡାଳ ଓ ଆମ୍ବ ତୋରଣ ଶୁଭ ହୋଇଥାଏ ଓ ଏହାଦ୍ବାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
* ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଅଟେ ତେବେ ପୌଷ ପୂର୍ଣ୍ଣିମା ଦିନ ଆପଣ ସକାଳୁ ଗାଧୋଇ ତୁଳସୀ ଗଛ ମୂଳରେ ସୂର୍ଯ୍ୟ ପୂଜା କରି ସାରିବା ପରେ ତୁଳସୀ ଙ୍କୁ ଶଙ୍ଖା ସିନ୍ଦୁର ଅର୍ପଣ କଲେ ନାରୀ ମାନେ ଅହ୍ୟ ସୁଲକ୍ଷଣୀ ହୋଇ ଥାଆନ୍ତି ।
* ଏହିଦିନ ସୂର୍ଯ୍ୟ ଙ୍କ ନିକଟରେ ଖେଚୁଡ଼ି ସହ ରାଶି ଭୋଗ ଲଗାଇଲେ ଜୀବନରୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ଓ କ୍ୟାରିଅର ରେ ସଫଳତା ମିଳିଥାଏ ।
* ପୌଷ ପୂର୍ଣ୍ଣମୀରେ ମହାଦେବ ଙ୍କ ନିକଟରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ବେଲ ପତ୍ର ଅର୍ପଣ କଲେ ଋଣ ମୁକ୍ତ ହେବେ ଓ ସୁଖ ସମୃଦ୍ଧି ଲାଭ ହୋଇଥାଏ ।
* ଏହିଦିନ ଚନ୍ଦ୍ରମାଙ୍କୁ ଖିରି ଅର୍ପଣ କଲେ ସମସ୍ତ ପ୍ରକାରର କଠିନ ସମସ୍ୟା ଠାରୁ ଦୂରେଇ ରହିବେ ।