Odisha news

ପଦ୍ମଶ୍ରୀ ଶାନ୍ତିଦେବୀ ଆମ ସମସ୍ତଙ୍କ ପ୍ରିୟର ବୋଉ ୮୮ ବର୍ଷ ବୟସରେ ପରଲୋକ

0

ପଦ୍ମଶ୍ରୀ ଶାନ୍ତିଦେବୀ ଆମ ସମସ୍ତଙ୍କ ପ୍ରିୟ ର ବୋଉ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ସେ ଆଜି ବିଳମ୍ବିତ ରାତ୍ରିରେ ହଠାତ୍ ଛାତିରେ ଜନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଜଣେ ଶ୍ରେଷ୍ଠ ସେବକ, ପରୋପକାରୀ, ସମାଜସେବୀ ମହିଳା ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ। ତାଙ୍କ ସେବାକାର୍ଯ୍ୟ ପାଇଁ ସେ ଗତ ନଭେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଠାରୁ ପଦ୍ମଶୀ ଉପାଧିରେ ଭୁଷିତ ହୋଇଥିଲେ। ତାଙ୍କ ବିୟୋଗରେ ଗଭିର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛୁ…

Nalco
Leave A Reply