Odisha news

ଆନ୍ତ ଜିଲ୍ଲା ଭଳିବଲ ପ୍ରତିଯୋଗିତା ଉଦଘାଟିତ

0
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନୁଆଁ ବସଷ୍ଟାଣ୍ଡ ଖେଳ ପଡିଆ ଠାରେ ପ୍ରଥମ ବର୍ଷ ଆନ୍ତ ଜିଲ୍ଲା ଭଳିବଲ ପ୍ରତିଜିଗୀତା ଉଦଘାଟିତ ହୋଇ ଯାଇଛି l ଫିରିଙ୍ଗିଆ ଖେଳ ସଙ୍ଘ ଦ୍ୱାରା ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତା ର ଉଦଘାଟନୀ ଉତ୍ସବ ରେ ସଙ୍ଘ ର ସଭାପତି ଚନ୍ଦ୍ରମୋହନ ନାୟକ ସଭାପତିତ୍ୱ କରିଥିବା ବେଳେ ଫିରିଙ୍ଗିଆ ପଂଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ରବିଚନ୍ଦ୍ର ସାହୁ. ଯୁବ ବିଜେଡି ନେତା ନୀଳଗିରି ଡିଗାଲ. ସମାଜସେବୀ ସଞ୍ଜୟ ଡିଗାଲ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ହିଁ ଏକମାତ୍ର ମାଧ୍ୟମ ଯାହା ପରସ୍ପର ମଧ୍ୟରେ ଭାଇଚାରା ଓ ସଦଭାବ ସୃଷ୍ଟି କରିଥାଏ l ଏହି ଅବସରରେ ଖେଳ ସଂଘ ର ଅନ୍ୟାନ୍ୟ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ l ପ୍ରଥମ ଦିନର ଉଦଘାଟନ ଖେଳ ବରଖାମା ସହିତ ରେଣ୍ଡମ ସିକ୍ସ ମଧ୍ୟରେ ଖେଳା ଯାଇଥିବା ବେଳେ ବରିଷ୍ଟ ଖେଳ ପରିଚାଳକ ଅଜିତ କୁମାର ମୂଖି ଓ ଗଣନାଥ ରେଫରି ଭାବରେ ଯୋଗ ଦେଇସୁଚାରୁ ରୂପେ ଖେଳ ପରିଚାଳନା କରିଥିଲେ l
Leave A Reply

Your email address will not be published.