Odisha news

ସମବାୟ ସମିତିରେ ଧାନ ବିହନ ବିକ୍ରି

0

ପିପିଲି : ପିପିଲି ବ୍ଲକର ତେଇସିପୁର ପଂଚାୟତ ଅଧିନସ୍ଥ ସମବାୟ ସମିତି ଦ୍ୱାରା ଖରିଫ୍ ଧାନ ଚାଷ ପାଇଁ ଚାଷୀ ମାନଙ୍କୁ ସରକାରୀ ମୁଲ୍ୟରେ ଧାନ ବିହନ ବିକ୍ରି ଆରମ୍ଭ ହୋଇଛି । ଏନେଇ ପୁର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ପିପିଲି ବ୍ଲକ ଅଧିନରେ ଥିବା ସମସ୍ତ ସମବାୟ ସମିତି ଗୁଡିକୁ ଖରିଫ୍ ଧାନଚାଷ ପାଇଁ ଚାଷୀ ମାନଙ୍କୁ ସରକାରୀ ମୁଲ୍ୟରେ ବିହନ ଯୋଗାଇ ଦେବା ପାଇଁ ନିଦେ୍ଦର୍ଶ ଦେଇଥିବା ବେଳେ ଆଜି ସରସ୍ୱତୀପୁର,ତେଇସିପୁର ,କଣ୍ଟି ଓ ପିପିଲି ସମବାୟ ସମିତିରେ ଚାଷି ମାନଙ୍କୁ ଧାନ ବିହନ ବିକ୍ରି ଆରମ୍ଭ କରାଯାଇଥିବା ତେଇସିପୁର ସମବାୟ ସମିତି ଧାନ ବିହନ ବିକ୍ରିରେ ଯୋଗ ଦେଇ ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ ପ୍ରକାଶ କରିଛନ୍ତି ।

ଏହି ସମବାୟ ଅଧିନରେ ଚାଷି ମାନଙ୍କୁ ସାରଳା,ପୁଜା,ମସୁରୀ,ଆରଜେଲ,ସବ୍ୱାନ ବିହନ ଯୋଗାଇ ଦିଆଯାଉଥିବା ବେଳେ ପ୍ୟାକେଟ ପିଛା ସରକାରୀ ମୁଲ୍ୟ ୪୫୦ ଟଙ୍କା ରହିଥିବା ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ସୁଚନା ଦେଇଛନ୍ତି । ତେଇସିପୁର ସରପଂଚ ନରେନ୍ଦ୍ର ଦାସ ଉପସ୍ଥିତ ରହିଥିବା ସହିତ ସରକାର ଚାଷୀମାନଙ୍କୁ ସଠିକ ସମୟରେ ସୁଲଭ ଦରରେ ଧାନ ବିହନ ଯୋଗାଇ ଦେଇଥିବା ରୁ ପ୍ରଶଂସା କରିଛନ୍ତି ।

Leave A Reply