ପିପିଲି-କରୋନା ପାଇଁ ସାରା ଦେଶ ଓ ରାଜ୍ୟ ଲକ ଡାଉନ ଜାରି ରହିଛି । କୋଣାର୍କ ଅଂଚଳରେ ଏଗାର ଶ୍ରମିକ ଲକ ଡାଉନ ପାଇଁ ଫସି ରହିଥିଲେ । ଗଞ୍ଜାମ ଜିଲ୍ଲାକୁ ଯିବା ପାଇଁ ସେମାନେ ବିଳମ୍ବିତ ରାତିରେ କୋଣାର୍କରୁ ଚାଲି ଚାଲି ଆସୁଥିବା ବେଳେ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ସେମାନଙ୍କୁ ଭୋର ସମୟରେ ପିପିଲିରୁ ଉଦ୍ଧାର କରିଥିଲେ ।
ପିପିଲି ଥାନା ପରିସରରେ ସେମାନଙ୍କୁ ରଖି ସକାଳ ଜଳଖିଆ ଦେଇଥିଲେ । ପୁରୀ ଜିଲ୍ଲାପାଳ ଓ ଏସପି ଙ୍କ ସହିତ ଯୋଗାଯୋଗ କରି ଆରଟିଓ ଙ୍କ ସହାୟତା ବସ ଯୋଗେ ସେମାନଙ୍କୁ ଗଞ୍ଜାମ ଜିଲ୍ଲାକୁ ସୁରକ୍ଷିତ ଭାବେ ପଠାଇଥିବା ଥାନା ଅଧିକାରୀ ଶରତ କୁମାର ସାହୁ ସୁଚନା ଦେଇଛନ୍ତି । ପ୍ରକାଶ ଥାଉକି ରାଜ୍ୟ ପୁଲିସ ମହା ନିଦେ୍ଦର୍ଶକ ଏକ ବାର୍ତ୍ତା ଦେଇଥିଲେ କି ରାଜ୍ୟ ରୁ କୈାଣସି ଲୋକ ଅସୁବିଧାର ସମ୍ମୁଖିନ ହୋଇ ଚାଲି ଚାଲି ଯିବେ ନାହିଁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥାନରେ ପହଂଚାଇବାକୁ ସହଯୋଗ କରିବେ ।