Odisha news

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ନବୀନାବାଗ ଅଂଚଳକୁ କଂଟେନମେଂଟ ଜୋନ ଭାବରେ ଘୋଷଣା

0

ଖୋର୍ଦ୍ଧା,୧୬ା୫ : ପୋ÷ରପରିଷଦ ଅଧିନସ୍ଥ ନବୀନା ବାଗ ଅଂଚଳକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ ଭାବରେ ଘୋଷଣା କରାଯାଇଛି । କରୋନା ଭାଇରସରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଫେରନ୍ତା ସେ ପଶ୍ଚିମବଙ୍ଗରୁ ଫେରି ସ୍ଥାନୀୟ ନବୀନାବାଗ ସ୍ଥିତ ତାଙ୍କ ବାସଭବନରେ ସଂଗରୋଧ ଭାବରେ ଥିଲେ । ତାଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା ।

ନମୂନା ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷିଦ୍ଧାଂଚଳ ଭାବରେ ଘୋଷଣା କରାଯାଇଛି । ନବୀନାବାଗର ସମ୍ପୃକ୍ତ ଆକ୍ରାନ୍ତଙ୍କ ଘର ଠାରୁ ସୁବଳ ସ୍ୱାଇଁ ଗଳି ତଥା ପୋ÷ରପରିଷଦ ୱାର୍ଡ଼ ନଂ.୬ର ସମସ୍ତ ଅଂଚଳକୁ ସିଲ କରିଦିଆଯାଇଛି । ସଂପୃକ୍ତ ଅଂଚଳ ଭିତରୁ ଏବଂ ବାହାରୁ କୋ÷ଣସି ବ୍ୟକ୍ତି ସେହି ନିଷିଦ୍ଧାଂଚଳକୁ ଯାତାୟତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହି ଅଂଚଳରେ ବସବାସ କରୁଥିବା ବ୍ୟକ୍ତିମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିସହିତ ଉକ୍ତ ଅଂଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ, ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ତୁରନ୍ତ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ନାମା ଜାରି କରାଯାଇଛି ।

ସଂପୃକ୍ତ ଅଂଚଳର ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପରିମଳ ବ୍ୟବସ୍ଥାର ତଦାରଖ କରିବା ନିମନ୍ତେ ଖୋର୍ଦ୍ଧା ପୋ÷ରପରିଷଦର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡ଼ି. ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଡ଼ାକ୍ତର ଦ୍ୱାରିକାନାଥ ଶତପଥୀଙ୍କୁ ସ୍ୱାସ୍ଥ୍ୟ ସେବା ଏବଂ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡ଼ାକ୍ତର ବିଶ୍ୱରଂଜନ ପତିଙ୍କୁ ସମ୍ପୃକ୍ତ ଅଂଚଳର ସମସ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟର ଯାଂଚ କରିବା ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ନିଦେ୍ର୍ଦଶ ନାମାରେ କଂଟେନମେଂଟ ଜୋନର କୋ÷ଣସି ସମୟ ସୀମା ଉଲ୍ଲେଖ କରାଯାଇ ନାହିଁ । ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱରସ୍ଥିତ ସମ-କୋଭିଡ଼ ହସପିଟାଲରେ ଚିକିସôା ନିମନ୍ତେ ଭର୍ତି କରାଯାଇ ପ୍ରଶାସନ ସୂତ୍ରରୁ ଜଣାଯାଇଛି ।

Nalco
Leave A Reply