Odisha news

ସ୍କାଉଟ ଗାଇଡ୍ ପ୍ରତିଷ୍ଠା ଦିବସ

0
ନୂଆପଡ଼ା –  ୯/୧୧- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲିବ୍ଲକ୍ ସଦର ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସ୍କାଉଟ ଗାଇଡ ପକ୍ଷରୁ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସ୍କାଉଟ ମାଷ୍ଟର କମଲଜିତ ବୈକାର ଏବଂ ଗାଇଡ କ୍ୟାପଟେନ ନୀଲେନ୍ଦ୍ରୀ ସିଂ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ ଏବଂ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ମେହେର ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ସେବା, ଶାନ୍ତି ଏବଂ ପରୋପକାର ଛାତ୍ରଛାତ୍ରୀଙ୍କ ଆଭୁଷଣ ହେଲେ ଆମ ରାଷ୍ଟ୍ର ବିକାଶର ଚରମ ସୋପାନକୁ ଛୁଇଁବ ବୋଲି ମତବ୍ଯକ୍ତ କରିଥିଲେ । ପ୍ରାରମ୍ଭରେ ସାମୁହିକ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା ।ଏହା ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସ୍କାଉଟ ଗାଇଡର ଛାତ୍ରଛାତ୍ରୀଙ୍କୁ ବିଦ୍ଯାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ସହଯୋଗ କରିଥିଲେ ।
Nalco
Leave A Reply