ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ବାରିପଦା ସ୍ଥିତ ଏମକେସି ଉଚ୍ଚ ବିଦ୍ୟାଳୟ ସମ୍ମେଳନ କକ୍ଷ ପରିସରରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଏବଂ ଜୁନିୟର ରେଡକ୍ରସ କାଉନସେଲର ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସ କମିଶନର ବାସନ୍ତୀ ଟୁଡୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗଦେଇ ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱବନ୍ଧୁତା ମନୋବୃତ୍ତି ନେଇ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ରୂପେ ଗଢିତୋଳିବା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ ଗାଇଡ଼ ଏବଂ ଜୁନିୟର ରେଡକ୍ରସର ଜିଲ୍ଲା ସଂପାଦକ ଭାଗିରଥି ମଲ୍ଲିକ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷକମାନଙ୍କ ତାଲିମ, କ୍ୟାମ୍ପରୀର ତାରିଖ ଓ ସ୍ଥାନ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଜୁନିୟର ରେଡ଼କ୍ରସ ରାଜ୍ୟସାଧନ କର୍ମୀ ତଥା ଜିଲ୍ଲା ସଂଯୋଜକ ଡଃ ଶଶୀଧର ବିଶ୍ୱାଳ, ଜୁନିୟର ରେଡ଼କ୍ରସ ବରିଷ୍ଠ ରାଜ୍ୟସାଧନ କର୍ମୀ ଡଃ ରମାକାନ୍ତ ମହାନ୍ତ, ଜୁନିୟର ରେଡ଼କ୍ରସ ଅଫିସର ସ୍ମୃତିରଞ୍ଜନ ପାଣି, ଜିଲ୍ଲା ସ୍କାଉଟ ପ୍ରତିନିଧି ଚିତ୍ତରଞ୍ଜନ ପଳତା, ଜିଲ୍ଲା ସ୍କାଉଟ ସଂଗଠନ କମିଶନର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ଗାଇଡ଼ ସଂଗଠନ କମିସନର ସୁଲୋଚନା ମଙ୍ଗରାଜ ଯୋଗ ଦେଇଥିଲେ । ଜୁନିୟର ରେଡ଼କ୍ରସ କାଉନସେଲର ଅର୍ଜୁନ କୁମାର ଜେନାଙ୍କ ସଂଯୋଜନାରେ ଏମକେସି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ସ୍ୱାଗତ ଭାଷଣ ଜୁନିୟର ରେଡ଼କ୍ରସର ଜିଲ୍ଲା ସଂଯୋଜକ ଡଃ ଶଶୀଧର ବିଶ୍ୱାଳ କରିଥିବାବେଳେ ଧନ୍ୟବାଦ ଅର୍ପଣ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ସ୍ମୃତିରଞ୍ଜନ ପାଣି କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆଠଶହରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଙ୍କଜ ବେହେରା, ବୀରେନ୍ଦ୍ର ଦଳେଇ, ଅବନୀ ଭଞ୍ଜ, ଦୀପକ ରାମ, ପ୍ରଦୀପ ଚୌଧୁରୀ, ଅଭିନନ୍ଦନ ମହୁରୀ, କ୍ଷୀରୋଦ ବେହେରା, ସଞ୍ଜୟ ବେହେରା, ହେରେକୃଷ୍ଣ ସେଠୀ ଓ ସୌରଭ ଦେ ପ୍ରମୁଖ ସହଯୋଗ କରିଥିଲେ ।