SCO ସମିଟ ରେ ଭାରତ ନେଲା ପ୍ରତିଶୋଧ , ପାକିସ୍ତାନର ନିବିଡ଼ ବନ୍ଧୁ କୁ ମିଳିଲା ଶକ୍ତ ଧକା : ଅଜରବଇଜାନର ପୂର୍ଣ ସଦସ୍ୟତା କୁ ରୋକ
୨୦୨୫ SCO ସମିଟ ଖୁବ ଚର୍ଚ୍ଚା ସାଉଁଟିଛି , ଯେଉଁଠି ଗୋଟିଏ ପକ୍ଷରେ ବିଶ୍ୱର ୩ ଅର୍ଥନୀତି ସୁଦୃଢ ଦେଶ ଏକାଠି ଅନେକ ଗୁଡିଏ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଉଛନ୍ତି ସେହିଠାରେ ମଧ୍ୟ ପାକିସ୍ତାନ ସପକ୍ଷବାଦୀ ଦେଶ ମାନଙ୍କ ଉପରେ ନିଆଯାଇଛି କଠୋର କାର୍ଯ୍ୟାନୁଷ୍ଠାନ, ପୂର୍ଣ ସଦସ୍ୟତା କୁ ଆଶା କରିଥିବା ଅଜରବେଇଜାନ ର ସବୁ ଆଶା ଭରସା ପାଣି ଫୋଟକା ଭଳି ମିଳେଇ ଯାଇଛି l ଅଜରବେଇଜାନ ଆରୋପ ଲଗାଇଛି ଯେ ଭାରତ ଏଠାରେ ଅସହିଷ୍ଣୁ ଭାବ ଦେଖାଇଛି , ପାକିସ୍ତାନ ସହିତ ତାର ବନ୍ଧୁତା କୁ ଭାରତ ସହ୍ୟ କରି ପାରୁନାହିଁ , ତେଣୁ ଏହି ପଦକ୍ଷେପ ଉଠାଇଛି ବୋଲି କହିଛନ୍ତି ଅଜରବେଇଜାନ ରାଷ୍ଟ୍ରପତି ଇଲହାମ ଅଲିଏବ l
ଅଜରବେଇଜାନ ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ଙ୍କୁ ସାକ୍ଷାତ କରି କହିଛନ୍ତି ଯେ ଆମର ମିତ୍ର ରାଷ୍ଟ୍ର ପାକିସ୍ତାନ ସହିତ ଭଲ ସମ୍ପର୍କ ଥିବାରୁ ଏଭଳି ବାରମ୍ବାର ଅନ୍ତରାଷ୍ଟ୍ରୀୟ ମଞ୍ଚ ରେ ଅପମାନିତ କରୁଛି ଏବଂ ଆମର ସଦସ୍ୟତା କୁ ରୋକ ଲଗାଉଛି l ଭାରତ ଯେତେ ଚେଷ୍ଟା କଲେ ମଧ୍ୟ ଉଭୟ ଦେଶ ଙ୍କ ବନ୍ଧୁତା ରେ କୌଣସି ଫାଟ ସୃଷ୍ଟି ହେବ ନାହିଁ l ଉଭୟ ଦେଶ ନିଜର ଭଡ଼ାସ୍ ବାହାର କରିଛନ୍ତି l ଯାହାକି ପାକିସ୍ତାନ ମେଡିଆ ରେ ମଧ୍ୟ ଶୁଣିବାକୁ ମିଳିଛି l
SCO ଶିଖର ସମ୍ମିଳନୀ ଗୋଟିଏ ପ୍ରମୁଖ କ୍ଷେତ୍ରୀୟ ସଂଗଠନ , ଯେଉଁଥିରେ ଭାରତ , ରୁଷ , ଚୀନ , ପାକିସ୍ତାନ ଏବଂ ମଧ୍ୟ ଏସିଆ ର ଦେଶ ସାମିଲ ରହିଛନ୍ତି ଲ ଅଜରବେଇଜାନ ଦୀର୍ଘ ଦିନ ରୁ ପୂର୍ଣ ସଦସ୍ୟତା ପାଇଁ ଦାବି କରିଆସୁଛି , କିନ୍ତୁ ଭାରତ ଏହାକୁ ବିରୋଧ କରୁଛି l
ସେପ୍ଟେମ୍ବର ୧ ତାରିଖ ରେ SCO ଶିଖର ସମ୍ମିଳନୀରୁ ଗୋଟିଏ ଫଟୋ ଆସିଛି ଯେଉଁଠି ପାକିସ୍ତାନ ପ୍ରଧାନମନ୍ତ୍ରି ସହବାଜ ସରିଫ ଙ୍କ ସହିତ ଇଲହମ