ଜମନକିରା,୬/୭: ଜମନକିରା ବ୍ଲକର ଉପାନ୍ତ ଅଞ୍ଚଳ କେନାଢିପା ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅମୋଘ ବୈରିଗଞ୍ଜନ ନାୟକଙ୍କ ସଭାପତିତ୍ୱରେ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବାବୁ ଜଗଜ୍ଜିବବନ ରାମଙ୍କ ଶ୍ରାଦ୍ଧ ବାର୍ଷିକୀ ସହ ବନ ମହାତ୍ସବ ପାଳିତ ହୋଇ ଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଵାବୁଜୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ତାଙ୍କ ବକ୍ତବ୍ୟରେ ସମାଜରେ ସମତା ପ୍ରତିଷ୍ଠା କରିବାକୁ ଵାବୁଜୀଙ୍କ ସଂଘର୍ଷ ସମ୍ପର୍କରେ ସ୍ମୁତିଚାରଣ କରି ଏବେ ଆମେ ବୃକ୍ଷ ରୋପଣ ମାଧ୍ୟମରେ ଦେଶ ସେବା କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆହ୍ୱାନ ଦେଇ ଥିଲେ।
ଡାକ୍ତର ବାସନ୍ତୀ ତଣ୍ଡିଆ ମୁଖ୍ୟବକ୍ତା ଭରେ ଯୋଗ ଦେଇ ବୃକ୍ଷ ବିନା ବିଶ୍ୱର ଅସ୍ତିତ୍ବ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କଲ୍ୟାଣୀ ନାୟକ,ଚାଇଲଡ ଲାଇନ ନିର୍ଦେଶକ ପ୍ରଦୀପ ମହାକୁଳ, ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ ପ୍ରମୁଖ ଭାଷଣ ଦେଇ ଶିଶୁ ଗୋଟିଏକୁ ଗଛ ଗୋଟିଏ ସ୍ଲୋଗାନ ର ମହତ୍ୱ ସମ୍ପର୍କରେ ବୁଝାଇଥିଲେ। କୁଚିଣ୍ଡା ଚାଇଲଡ ଲାଇନ ସହାୟତାରେ ଆୟୋଜିତ ଏହି ଉତ୍ସବର ପ୍ରାରମ୍ଭରେ ଚାଇଲଡ ଲାଇନ କର୍ମୀ ଶ୍ଵେତାଙ୍ଗିନୀ ବାରିକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଅନ୍ତର୍ଯ୍ୟାମୀ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଶିକ୍ଷକ ଡ଼ିଲେଶ୍ଵର ପାତ୍ର, ମଣ୍ଟୁ ପ୍ରଧାନ, ସଂଗୀତ ବିଶ୍ୱାଳ, ମଞ୍ଜୁଲତା ପଟେଲ, ବିଦେଶୀ ସାହୁ, ମଧୁମିତା ନାୟକ, ସୁପ୍ରିତା ପଟେଲ, ମିନାକ୍ଷୀ ପ୍ରଧାନ, ପ୍ରକାଶ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ଦେଇ ବନ ସୁରକ୍ଷା ପାଇଁ ସଚେତନତା ପ୍ରକାଶ କରିଥିଲେ। ଏହା ପରେ ଛାତ୍ର, ଛାତ୍ରୀ ଗଣ ଅତିଥି ମାନଙ୍କ ସହ ବୃକ୍ଷ ରୋପଣ କରିଥିଲେ।ଶେଷରେ ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
