ଢ଼େଙ୍କିକୋଟ ତା ୬. ୭ : ଢ଼େଙ୍କିକୋଟ ମାର୍କେଟ ସଂଲଘ୍ନ ଭାରତ ପେଟ୍ରୋଲ୍ ପମ୍ପ ନିକଟରେ ଗତ ୪ ତାରିଖ ସନ୍ଧ୍ୟା ୭ ଟା ବେଳେ ଏକ ଦୁର୍ଘଟଣା ଘଟିଥିଲା l ଜଣେବ୍ୟକ୍ତି ରାସ୍ତାକଡ଼ରେ ଚାଲି ଚାଲି ଯାଉଥିବା ବେଳେ ଏକ ଆପାଚି ବାଇକ ଆରୋହୀ ଉକ୍ତ ବ୍ୟକ୍ତି କୁଂ ଧକ୍କାଦେଇ ଚାଲିଯାଇଥିଲା l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧୀକାରୀ ତରଣିସେନ ବାଗ୍ ଗୁରୁତ୍ୱର ବ୍ୟକ୍ତି ଜଣକୁ ଚିକିତ୍ସାପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତରଖlନାକୁ ପଠେଇଥିଲେ, ତେବେ ଆଜି ତାଂକର ମୃତ୍ୟୁ ହୋଇଯାଇଛି l ମୃତ ବ୍ୟକ୍ତି ଜଣକଂ ର ପରିଚୟ କିଛି ଜଣାପଡିନି l ତେଣୁ ତାଂକୁ ପୋସ୍ଟ ମୋଟମ ଘରେ ରଖାଯାଇଛି l ତେବେ ଧକ୍କାଦେଇ ଚାଲିଯାଇଥିବା ବାଇକ ଆରୋହୀ ଜଣକଂ ଆନନ୍ଦପୁର ଅଂଚଳର ଲୋକ ବୋଲି ଜଣାପଡିଛି l ବାଇକଟିକୁ ଫାଣ୍ଡି ଅଧୀକାରୀ ଜବତ୍ କରିରଖିଛନ୍ତି l
