ବେତନଟୀ/ବୈଶିଙ୍ଗା : — ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସାରା ଓଡ଼ିଶାରେ ପାଖାପାଖି ୯୧ ପ୍ରତିଶତ ପରୀକ୍ଷାର୍ଥୀ କୃତ କାର୍ଯ୍ୟ ହୋଇଥିବା ବେଳେ ଆମ ଅଞ୍ଚଳରେ ତଦନୁରୂପ ସଫଳତା ମିଳିଥିବା ଜଣାଯାଇଛି। ବୈଶିଙ୍ଗା ଥାନା ଅଧୀନ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ୧୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣ ପରୀକ୍ଷାର୍ଥୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୁଭଙ୍କର ମହାନ୍ତ-୫୬୬,ସୁଭଦ୍ରା ମଣ୍ଡଳ-୫୬୪,ମଧୁସ୍ମିତା ମହାନ୍ତ-୫୫୭, କୁମାରଜ୍ୟେତି ମହାନ୍ତ-୫୫୫, ରୁପଶ୍ରୀ ସାହୁ- ୫୫୩,ରାକେଶ ବେହେରା-୫୫୦, ପ୍ରତୀକ ମାରାଣ୍ଡି-୫୫୦, ସାଇନା ସୁମନ ଆଇଚ-୫୪୯, ହରଦେବ ଗିରି-୫୪୮, ଅର୍ପିତା ବାରିକ -୫୪୭, ସୌମ୍ୟ ଶେଖର ସୀ -୫୪୭, ଶୁଭଦକାନ୍ତ ବେହେରା-୫୪୬, ଅଭିଜିତ ପାତ୍ର- ୫୪୩, ଦେବାଶିଷ ସାମଲ-୫୪୨ ନମ୍ବର ରଖିଛନ୍ତି। ସେହିପରି ବେତନଟୀସ୍ଥିତ ସରକାରୀ ବାଳିକା ବିଦ୍ୟାଳୟର ବିଷ୍ଣୁ ପ୍ରିୟା ଆଚାର୍ଯ୍ୟ-୫୬୬, ଅଂଳା ଉଚ୍ଚବିଦ୍ୟାଳୟର ଅଙ୍କିତା ବିନ୍ଧାଣୀ- ୫୪୧,ବେତନଟୀ ଏମପିସି ଉଚ୍ଚବିଦ୍ୟାଳୟର ଗୌରବ ସଦ୍ୱାଳ-୫୭୬,ନିହାର ରଞ୍ଜନ ମହାପାତ୍ର- ୫୬୪ ,ବାଲକା ଉଚ୍ଚ ବିଦ୍ୟାଳୟର ଅଭିପ୍ସା ବାରିକ -୫୪୧, ପଞ୍ଚପଲ୍ଲୀ ଉଚ୍ଚ ବିଦ୍ୟାଳୟର ସତ୍ୟବାନ ଧର-୫୪୨ ଓ ଅନିନ୍ଦିତା ମିଶ୍ର- ୫୪୪ ନମ୍ବର ରଖିଥିବା ଜଣାଯାଇଛି। ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ ଓଷ୍ଟା ସଂଘ ତରଫରୁ ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା ସହ ଶୁଭ ଅଭିନନ୍ଦନ ଜଣାଇଛନ୍ତି। ଆମ ଅଞ୍ଚଳର ଏହି ସଫଳତା ପାଇଁ ବୈଶିଙ୍ଗା ମିଡ଼ିଆ ସେଣ୍ଟର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ଉଜ୍ଜ୍ବଳ କାମନା କରାଯାଇଛି।
