Odisha news

ଶାସ୍ତ୍ର ଅନୁସାରେ : ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ ଏହିସବୁ କାରଣ ଆଣିଥାଏ ସମ୍ପର୍କରେ ତିକ୍ତତା

କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି l ଆମ ହ୍ୱିନ୍ଧୁ ଶାସ୍ତ୍ର ଅନୁସାରେ ସମ୍ପର୍କକୁ ନେଇ ଅନେକ ପ୍ରକାର ନିୟମ ରହିଛି l ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ହେଉଛି ସବୁଠୁ ଶ୍ରେଷ୍ଠ ସମ୍ପର୍କ l ଏଥିରେ ଟିକେ ବି ଫାଟ ଯଦି ଆସିଥାଏ ସମ୍ପର୍କ ଭୁଶୁଡି ପଡିଥାଏ l ଗୋଟିଏ ପରିବାରର ୨ଟି ଚକ ହେଉଛି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ l ଯଦି ସେଥିରୁ ଗୋଟିଏ ଖସିଯାଏ ତେବେ ପରିବାର ରଥ ଭୁଶୁଡି ପଡିଥାଏ l ତେଣୁ ଗୋଟିଏ ସୁନ୍ଦର ପରିବାର ଗଠନ ପାଇଁ ଉଭୟ ନିଜର ସମ୍ପର୍କକୁ ନେଇ ସଚେତନ ହେବା ଉଚିତ l ସେଥିପାଇଁ ବିଶେଷକରି କିଛିଟା କଥାକୁ ଗୁରୁତ୍ୱ ଦେବା ଉଚିତ l

* ଆଳାପ ହୀନ – ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଯେତେବି ତିକ୍ତତା ଥାଉ କିନ୍ତୁ କେବେବି ତାଙ୍କ ମଧ୍ୟରେ ଆଳାପ ବନ୍ଦ ହେବା ଉଚିତ ନୁହେଁ l ଏପରି ହେବା ଦ୍ୱାରା ସମ୍ପର୍କ ଦୁର୍ବଳ ହୋଇ ଯାଇଥାଏ l ଗୋଟିଏ ସୁଖମୟ ବୈବାହିକ ଜୀବନ ପାଇଁ ନିଜ ମଧ୍ୟରେ ଆଳାପ ଜାରି ରଖିବା ଆବଶ୍ୟକ l ଏହାଦ୍ୱାରା ନିବିଡ଼ତା ବୃଦ୍ଧି ପାଇଥାଏ ଓ ତାହାହିଁ ସୁଖମୟ ଦାମ୍ପତ୍ୟ ଜୀବନର ମୁଖ୍ୟ କାରଣ l

* ଉଭୟ ଉଭୟଙ୍କୁ ସମ୍ମାନ ଦେବା – ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଦର ପୂର୍ଣ୍ଣ ସମ୍ମାନ ରହିବା ଆବଶ୍ୟକ l ଯଦି କୌଣସି ସମ୍ପର୍କରେ ସମ୍ମାନ କମି ଯାଇଥାଏ ତେବେ ତାହା ଉତେଜନା ଆଡକୁ ଟାଣି ନେଇଥାଏ ଓ ସମ୍ପର୍କରେ ଅଶାନ୍ତି ଦେଖା ଦେଇଥାଏ l

* ପ୍ରେମ ଓ ସମର୍ପଣ – ନୀତି ଶାସ୍ତ୍ର ଅନୁସାରେ ବୈବାହିକ ଜୀବନ ସୁଖମୟ ହେବା ପାଇଁ ପାଟି ପତ୍ନୀ ଙ୍କ ମଧ୍ୟରେ ପ୍ରେମ ଓ ସମର୍ପଣ ଭାବନା ରହିବା ଉଚିତ l ଯଦି ଉଭୟଙ୍କ ମଧ୍ୟରେ ଏଥିରୁ ଗୋଟିଏ ରେ କମି ଆସିଯାଏ ତେବେ ପାରିବାରିକ କଳହ ସୃଷ୍ଟି ହୋଇଥାଏ ଓ ଘର ଭାଙ୍ଗିଯାଏ l

* ସହିଷ୍ଣୁତା – ଶାସ୍ତ୍ର ଅନୁସାରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ସହିଷ୍ଣୁ ହେବା ଆବଶ୍ୟକ l ଯେପରି ଜଣେ କ୍ରୋଧ କଲେ ଆଉ ଜଣେ ତାକୁ ସହିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ l ଉଭୟ ଯଦି ଏକ ସାଙ୍ଗରେ କ୍ରୋଧର ବଶବର୍ତ୍ତୀ ହେବେ ତେବେ ସମ୍ପର୍କ ରେ ଫାଟ ସୃଷ୍ଟି ହେବା ସହିତ ଘରେ କଳହ ଓ ଅଶାନ୍ତି ଲାଗି ରହିବ l ତେଣୁ ସ୍ନେହର ଆବଦ୍ଧ ରେ ସବୁବେଳେ ସମ୍ପର୍କକୁ ବାନ୍ଧି ରଖିବା ଉଚିତ l

Comments are closed.