Odisha news

କର୍ଣ୍ଣାଟକ ହାଇକୋର୍ଟ କରପସନ ମାମଲାରେ ଅଗଷ୍ଟ ୧୭ ତାରିଖ ସୁଧା ୟେଦୁରପା ଓ ତାଙ୍କ ପୁଅଙ୍କୁ ହାଜର ହେବା ପାଇଁ ଦେଲେ ନୋଟିସ

ନୂଆଦିଲ୍ଲୀ : କର୍ଣ୍ଣାଟକ ର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପା ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଦିନକୁ ଦିନ ତାଙ୍କ ଅସୁବିଧା ବଢ଼ିବାରେ ଲାଗିଛି l ବର୍ତ୍ତମାନ ଭ୍ରଷ୍ଟାଚାର ସହିତ ଯୋଡି ହୋଇଥିବା ଗୋଟିଏ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ବି ଏସ ୟେଦୁରପାଙ୍କୁ ନୋଟିସ ଜାରି କରିଛନ୍ତି l ହାଉସିଂ ପ୍ରୋଜେକ୍ଟ ସହିତ ଯୋଡି ହୋଇଥିବା ଏହି ମାମଲାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପା , ତାଙ୍କ ପୁଅ ବି ୱାଇ ବିଜେନ୍ଦ୍ର ଓ ଅନ୍ୟ କେତେକ ଲୋକଙ୍କୁ ନୋଟିସ ଜାରି କରିଛନ୍ତି l ଏହି ସମସ୍ତଙ୍କୁ ଅଗଷ୍ଟ ୧୭ ତାରିଖ ସକାଳ ୧୦ ଟା ୩୦ ମଧ୍ୟରେ ହାଜିର ହେବାପାଇଁ କୁହା ଯାଇଛି l ବିଜେନ୍ଦ୍ର ବର୍ତମାନ ରାଜ୍ୟ ବିଜେପି ର ଅଧକ୍ଷ ଅଛନ୍ତି l

ଜଷ୍ଟିସ ଟି ଯେ ଅବ୍ରହାମ ଙ୍କର ଗୋଟିଏ ଶୁଣାଣି ରେ ଅଦାଲତ ଏହି ଆଦେଶ ଜାରି କରିଥିଲେ l କର୍ଣ୍ଣାଟକ ଉଚ ନ୍ୟାୟାଳୟ ଆବାସୀୟ ପରିଯୋଜନାରେ କଥିତ ଭ୍ରଷ୍ଟାଚାର ମାମଲାରେ ୟେଦୁରପା ଓ ତାଙ୍କ ପୁତ୍ରଙ୍କୁ ,ତାଙ୍କ ପରିବାର ସଦସ୍ୟଙ୍କୁ ,ପୂର୍ବ ମନ୍ତ୍ରୀ ଷୋମାଶେଖର ଓ ଭାରତୀୟ ପ୍ରଶାସନିକ ଜଣେ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି l ଏହା ପୂର୍ବରୁ ଚଳିତ ବର୍ଷ ଜୁଲାଇ ୮ ତାରିଖ ବେଳକୁ ବିଶେଷ ଅଦାଲତ ଦ୍ୱାରା ଜାରି ଆଦେଶ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୟେଦୁରପା ଓ ଷୋମଶେଖର ଙ୍କ ଉପରେ ମକଦମା ଚଳାଇବାକୁ ଅନୁମତି ମାଗିବାରୁ ଯାଚିକା ଖାରଜ ହୋଇଥିଲା

ଯାହାପରେ ଆବେଦନକାରୀ ଏହାକୁ ନେଇ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ l ଯାହାକୁ ନେଇ ଉଚ ନ୍ୟାୟାଳୟ ଏହି ନୋଟିସ ଜାରି କରିଥିଲେ l ଏହି ମାମଲା ବାଙ୍ଗାଲୋର ବିକାଶ ପ୍ରାଧିକରଣ ର ଗୋଟିଏ ଆବାସିକ ପରିଯୋଜନା ପାଇଁ କଥିତ ଭାବରେ ଲାଞ୍ଚ ନେବା ଉପରେ ଆଧାରିତ l ଆରୋପ ଲାଗିଛି ଯେ କଲିକତା ର ଗୋଟିଏ ଠକ କମ୍ପାନୀ ମାଧ୍ୟମରେ ଲାଞ୍ଚ ମଗା ଯାଇଥିଲା l ଯେଉଁଥିରେ ୟେଦୁରପା ଓ ତାଙ୍କ ସମ୍ପର୍କୀୟ ମାନେ ସାମିଲ ଥିଲେ l ଏହି ମାମଲାରେ ମଝିରେ ମଝିରେ ଯାଞ୍ଚ ପାଇଁ ଦାବି ହୋଇ ଆସୁଥିଲା l

Shares