Odisha news

ଏହି ରାଶିର ଝିଅମାନେ ହୋଇ ଥାଆନ୍ତି ଭାଗ୍ୟଶାଳୀ , ସ୍ୱାମୀ ଗ୍ରହ ଦେଇ ଥାଆନ୍ତି ଶୁଭଫଳ

ସବୁ ରାଶିର ଲୋକଙ୍କ ସ୍ଵଭାଵ ଆଉ ଗୋଟିଏ ରାଶିର ଲୋକଙ୍କ ଠାରୁ ଅଲଗା ହୋଇଥାଏ l ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ରହିଛି l ସବୁ ରାଶିର ସ୍ୱାମୀ ଗ୍ରହ ପୃଥକ ପୃଥକ ରହିଛନ୍ତି l କିଛି ଏପରି ରାଶି ରହିଛି ଯେଉଁ ରାଶିର ଝିଅ ମାନେ ହୋଇ ଥାଆନ୍ତି ଭାଗ୍ୟଶାଲୀ l

ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ –
* ମେଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର କନ୍ୟା ମାନେ ଖୁବ ଭାଗ୍ୟଶାଲୀ ଅଟନ୍ତି l ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି l ମଙ୍ଗଳ ଗ୍ରହ ପ୍ରଭାବରୁ ମେଷ ରାଶିର କନ୍ୟା ସାହସୀ ଓ ସଚୋଟ ସ୍ୱଭାବର ଅଟନ୍ତି l ଏମାନେ ନିଜର ସମସ୍ତ କାର୍ଯ୍ୟକୁ ଖୁବ ସଚୋଟ ଭାବରେ କରନ୍ତି l ଏହି ରାଶିର କନ୍ୟା ସ୍ୱାମୀଙ୍କ ପାଇଁ ଲକି ଅଟନ୍ତି l

* କର୍କଟ – ଏହି ରାଶିର କନ୍ୟା ଖୁବ ଗୁଣବତୀ ଅଟନ୍ତି l ଏମାନେ ଖୁବ ସମ୍ବେଦନଶୀଳ ଅଟନ୍ତି ଅନ୍ୟ ମାନଙ୍କ ପାଇଁ l ନିଜ କର୍ତବ୍ୟର ଅବହେଳା କରନ୍ତି ନାହିଁ l ଉଭୟ ପିତୃ ଳୟ ଓ ସ୍ୱାମୀ ଗୃହ ପାଇଁ କର୍ତବ୍ୟ ନିଷ୍ଠାର ସହିତ କରନ୍ତି l

* ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟଦେବ ଅଟନ୍ତି l ଏହି ରାଶିର ଝିଅମାନେ ସ୍ୱଭାବରେ କ୍ରୋଧୀ ହୋଇଥିଲେ ମଧ୍ୟ ନିଜ କର୍ତବ୍ୟରେ ନିଷ୍ଠାବାନ ଅଟନ୍ତି l ଥରେ ଯାହା ନିର୍ଦ୍ଧାରଣ କରନ୍ତି ତାହାକୁ କରିକି ନିଶ୍ୱାସ ନିଅନ୍ତି l ନିଜ ସ୍ୱାମୀଙ୍କ ପାଇଁ ଖୁବ ଭାଗ୍ୟଶାଳୀ ଅଟନ୍ତି l ସେ ନିଜର ପରିଶ୍ରମ ଦ୍ୱାରା ସଫଳତା ହାସଲ କରି ଥାଆନ୍ତି l

Shares