Odisha news

ଶ୍ରୀପଞ୍ଚମୀ ରେ ପିଲାମାନଙ୍କ ଦ୍ୱାରା ନିହାତି କରାନ୍ତୁ ଏହିସବୁ କାର୍ଯ୍ୟ, ଜୀବନ ସାରା ରହିବ ଜ୍ଞାନ ଦେବୀ ମା ସରସ୍ୱତୀ ଙ୍କ କୃପା

0

ମାଘମାସ ଟି ଗୋଟିଏ ଧର୍ମର ମାସ, ଏହି ମାସରେ ବିଶେଷ ଭାବରେ ଅନେକ ପୂଜା ପର୍ବ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ସରସ୍ୱତୀ ପୂଜା l ଫେବୃଆରୀ ୧୪ ତାରିଖ ଦିନ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ପାଳନ କରାଯିବ l ଏହିଦିନ ମା ସରସ୍ୱତୀ ଙ୍କୁ ସୃଷ୍ଟିକର୍ତ୍ତା ବ୍ରହ୍ମା ସୃଷ୍ଟି କରିଥିଲେ l ମା ସରସ୍ୱତୀ ଙ୍କ କୃପାରୁ ବ୍ୟକ୍ତି ର ଜ୍ଞାନ, ବାଣୀ, କଳା ପ୍ରାପ୍ତି କରିଥାଏ l

ମାନ୍ୟତା ରହିଛି ଯେ ଯେଉଁମାନଙ୍କ ଉପରେ ମା ସରସ୍ୱତୀ ଙ୍କ କୃପା ରହିଥାଏ ସେମାନେ କଳା, ସଂଗୀତ ଓ ଶିକ୍ଷା କ୍ଷେତ୍ରରେ ଅଦ୍ଭୁତ ସଫଳତା ଲାଭ କରିଥାଆନ୍ତି l ଶାସ୍ତ୍ର ଅନୁସାରେ ବସନ୍ତ ପଞ୍ଚମୀ ଦିନ ବିଶେଷ ଭାବରେ ପିଲାମାନଙ୍କ ଦ୍ୱାରା କିଛିଟା କାର୍ଯ୍ୟ କରାଇବା ଜରୁରୀ, ଯାହାଦ୍ୱାରା କ୍ୟାରିଅର ରେ ସଫଳତା ପ୍ରାପ୍ତ ହୋଇଥାଏ l

* ଯେଉଁ ପିଲା ମାନଙ୍କର ପାଠ ପଢ଼ାରେ ମନ ଲାଗି ନଥାଏ, ବାରମ୍ବାର ମନ ବିଚଳିତ ଲାଗିଥାଏ, ଧ୍ୟାନ ବାରମ୍ବାର ଏପଟ ସେପଟ ହୋଇଥାଏ ସେମାନଙ୍କୁ ମା ସରସ୍ବତୀ ଙ୍କ ପୂଜା କରାନ୍ତୁ l ପିଲାମାନଙ୍କ ହାତରେ ହଳଦିଆ ଫୁଲ, ଫଳ, ହଳଦୀ ପକାଯାଇ ଥିବା ଖେଚୁଡ଼ି ମାତା ସରସ୍ବତୀ ଙ୍କୁ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ମା ସରସ୍ୱତୀ ପ୍ରସନ୍ନ ହୋଇଥାଆନ୍ତି ଏବଂ ପିଲା ମାନଙ୍କର ବୋୖଦିକ ବିକାଶ ହୋଇଥାଏ l

* ପିଲାମାନେ ନିଜର ଲକ୍ଷ ପ୍ରାପ୍ତି କରିବା ପାଇଁ ଏକାଗ୍ରତା ର ସହିତ କାର୍ଯ୍ୟ କରିବା ଜରୁରୀ l ତେଣୁ ମା ସରସ୍ୱତୀ ଙ୍କ ଗୋଟିଏ ଫଟୋ ନିଜ ପିଲାର ପଢ଼ା ଟେବୁଲ ନିକଟରେ ରଖନ୍ତୁ l ଏହାଦ୍ୱାରା ପିଲାଙ୍କ ଏକାଗ୍ରତା ବଢିବ l

* ଯେଉଁ [ପିଲା ମାନଙ୍କର କଥା କହିବାରେ କିଛି ଅସୁବିଧା ହୋଇଥାଏ କିମ୍ବା ଶିକ୍ଷା ଗ୍ରହଣ କରି ସରିବାପରେ ଲେଖି ନପାରନ୍ତି ରୁପା ର କଲମ କୁ ମହୁ ରେ ବୁଡାଇ ପିଲାର ଜିଭ ରେ ଓଁ ଲେଖନ୍ତୁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ଲେଖିବାରେ ରହିଥିବା ସମସ୍ୟା ଦୂର ହୋଇଥାଏ l

* ଯେଉଁ ଛାତ୍ର ମାନଙ୍କର ଶିକ୍ଷା ପ୍ରାପ୍ତି କରିବାରେ ଅସୁବିଧା ହୋଇଥାଏ ସେମାନେ ସରସ୍ୱତୀପୂଜା ରେ ମାଙ୍କୁ ଧଳା ଚନ୍ଦନ ଅର୍ପଣ କରନ୍ତୁ ଏବଂ ଓଂ ଏଂ ସରସ୍ୱତୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ l ନିଶ୍ଚିନ୍ତ କ୍ୟାରିଅର ରେ ସଫଳତା ମିଳିବ l

* ବସନ୍ତ ପଞ୍ଚମୀ ରେ ପାଠ ବହି ଗରିବ ପିଲାଙ୍କୁ ଦାନ କରନ୍ତୁ l ଏହାଦ୍ୱାରା ସ୍ମରଣ ଶକ୍ତି ବଢିବ ଏବଂ ପିଲାଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବ l

Leave A Reply