Odisha news

ଆଜି ହେଉଛି ପବିତ୍ର ବୃଷ ସଂକ୍ରାନ୍ତି , କଣ ରହିଛି ଏହାର ମହତ୍ୱ ଏବଂ ପୂଜା ବିଧି

0

ବୈଶାଖ ମାସର ସଂକ୍ରାନ୍ତିକୁ ବୃଷ ସଂକ୍ରାନ୍ତି ବୋଲି କୁହାଯାଇ ଥାଏ, ହିନ୍ଦୁ ଧର୍ମରେ ୧୨ ମାସରେ ୧୨ ଟି ସଂକ୍ରାନ୍ତି ର ଅଲଗା ଅଲଗା ମହତ୍ୱ ରହିଛି l କିନ୍ତୁ ବିଶେଷ ଭାବରେ ଦକ୍ଷିଣ ଭାରତ ରେ ବୃଷ ସଂକ୍ରାନ୍ତିର ଅନେକ ମହତ୍ୱ ରହିଛି, କିନ୍ତୁ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବୃଷ ସଂକ୍ରାନ୍ତିକୁ ଭାରତର ପ୍ରତ୍ୟେକ ସ୍ଥାନରେ ପାଳନ କରାଯାଇ ଥାଏ l

ବୃଷ ସଂକ୍ରାନ୍ତି କଣ ? –
ସୂର୍ଯ୍ୟ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିରେ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଇ ଥାଏ, ଶାସ୍ତ୍ର ଅନୁସାରେ ବୃଷ ସଂକ୍ରାନ୍ତି ମକର ରାଶି ପରି ମହତ୍ଵପୁର୍ଣ ଅଟେ l ଶାସ୍ତ୍ର ଅନୁସାରେ ବୃଷ ଅର୍ଥ ବଳଦ ଅଟେ, ତେଣୁ ଏହି ସଂକ୍ରାନ୍ତିରେ ମହାଦେବ ଙ୍କ ସହିତ ନନ୍ଦୀ ଙ୍କର ବିଶେଷ ପୂଜାର୍ଚନା କରାଯାଇ ଥାଏ l ଏହି ସଂକ୍ରାନ୍ତି ଦିନ ଠାରୁ ସୂର୍ଯ୍ୟଦେବ ରୋହିଣୀ ନକ୍ଷତ୍ର ରେ ୧୫ ଦିନ ପର୍ଯ୍ୟନ୍ତ ରୁହନ୍ତି ଯେଉଁ କାରଣରୁ ୧୫ ଦିନ ପର୍ଯ୍ୟନ୍ତ ପ୍ରଚୁର ଗରମ ହୋଇଥାଏ l

* ବୃଷ ସଂକ୍ରାନ୍ତି ରେ ଭଗବାନ ଶିବ ଙ୍କ ସହିତ ନନ୍ଦୀ ଓ ସୂର୍ଯ୍ୟଙ୍କ ପୂଜାର୍ଚନା କରାଯାଇ ଥାଏ l ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଙ୍କ ପୂଜା କରିବା ଦ୍ୱାରା କୁଣ୍ଡଳୀ ରେ ସୂର୍ଯ୍ୟ ମଜବୁତ ହୋଇ ଥାଆନ୍ତି, ତେଣୁ ସୂର୍ଯ୍ୟ ଙ୍କୁ ଆଜିର ଦିନରେ ଅର୍ଘ୍ୟ ଦେବା ଖୁବ ଜରୁରୀ l ଆଜିର ଦିନରେ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ସୁଖୀ ଓ ସମୃଦ୍ଧ ଜୀବନ ସହିତ ଜାତକ ରେ ପୁନର୍ଜନ୍ମ ର ଚକ୍ର ରୁ ମୁକ୍ତି ମିଳିଥାଏ l

* ଆଜିର ସଂକ୍ରାନ୍ତି ରେ ଗୋଟିଏ ତମ୍ବା ଗଡୁ ରେ ଦୁଗ୍ଧ ସହିତ ମିଶ୍ରି ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ, ଏବଂ ଶିବ ଚାଳିଶା ପାଠ କରନ୍ତୁ l ଏବଂ ସୂର୍ଯ୍ୟ ଙ୍କୁ ମଧ୍ୟ ଅକ୍ଷତ  ଓ ଗଙ୍ଗାଜଳ ମିଶ୍ରିତ ଜଳ ଅର୍ପଣ କରିବା ଆବଶ୍ୟକ l ଏହି ଜଳ ଯେପରି ଆପଣଙ୍କ ପାଦରେ ନପଡ଼ି ଭୂମି ରେ ପଡିବା ଜରୁରୀ l ଆପଣ ଏହି ସମୟ ରେ ‘ ଓଂ ଏହି ସୂର୍ଯ୍ୟ ସହସ୍ତ୍ରାସଂ ତେଜୋରାଶେ ଜଗତ୍ପନେ ‘ ମନ୍ତ୍ରଟି ୭ଥର ପାଠ କରନ୍ତୁ l

Ad2
Leave A Reply