Odisha news

ଆଜି ହେଉଛି ବୃଷ ସଂକ୍ରାନ୍ତି ଓ ନିର୍ଜଳା ଏକାଦଶୀ , ଘଟୁଛି ବିଶେଷ ସଂଯୋଗ କରନ୍ତୁ ଏହି ଉପାୟ ଧନ ହେବ ବୃଦ୍ଧି

0
ଏମିତି ରେ ଜ୍ୟେଷ୍ଠ ମାସର ଅନେକ ମହତ୍ତ୍ଵ ହିନ୍ଦୁ ଧର୍ମରେ ରହିଛି । ବିଶେଷ ଭାବରେ ଏହି ମାସରେ ଜଳ ର ମହତ୍ତ୍ଵ ଅନେକ ରହିଥାଏ । ଏହି ମାସରେ ଜଳ ଦାନ କରୁଥିବା ବ୍ୟକ୍ତି ମାନଙ୍କ ର ଧନ ବୃଦ୍ଧି ହୋଇଥାଏ । ଏହି ମାସରେ ବିଶେଷ ଭାବରେ ନିର୍ଜଳା ଏକାଦଶୀ ବ୍ରତ ପାଳିତ ହୋଇଥାଏ। ଚଳିତ ବର୍ଷ ବୃଷ ସଂକ୍ରାନ୍ତି ମଇ ୧୫ ତାରିଖ ରେ ପାଳିତ ହେଉଛି । ଏହିଦିନ ବିଧି ବିଧାନ ରେ ପୂଜା କରିବା ଦ୍ୱାରା ୩ଗୁଣା ଫଳ ପ୍ରାପ୍ତି ହୋଇଥାଏ ।
ଆଜିର ଦିନରେ କରନ୍ତୁ ଏହି ପୁଣ୍ୟ କାର୍ଯ୍ୟ :-
* ଏହିଦିନ ଶୁଭ ସଂଯୋଗ ଘଟୁ ଥିବା କାରଣରୁ ଭକ୍ତ ମାନେ ନିଜର ମନ ର ଇଚ୍ଛା ପୂରଣ କରିବା ପାଇଁ ଜଳ ଓ ଫଳ ଦାନ କରିବା ଆବଶ୍ୟକ । ଏହାଦ୍ବାରା ଜୀବନ ରୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।
* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଯେଉଁ ବ୍ୟକ୍ତି ନିଜ ଜୀବନ ରେ କୌଣସି କାର୍ଯ୍ୟ ରେ ସଫଳତା ଲାଭ କରିବା ପାଇଁ ଦୀର୍ଘ ସମୟ ଲାଗୁଚି ଆଜିର ଦିନରେ ମହାଦେବ ଙ୍କ ନିକଟ ରେ ମହାମୃତ୍ୟୁନ୍ଜୟ ମନ୍ତ୍ର ଜପ କରନ୍ତୁ ।
* ଯଦି ଆପଣ ରୋଗ ବୈରାଗ ରେ ପୀଡ଼ିତ ହେଉଛନ୍ତି ତେବେ ଆଜିର ଦିନରେ ମହାଦେବ ଙ୍କୁ ଜଳ ଛାୟା କରନ୍ତୁ । ରୋଗ ବ୍ୟାଧି ଦୂର ହେବା ସହିତ ଜୀବନ ସୁଖମୟ ହେବ ।
* ଆଜି ସଂକ୍ରାନ୍ତି ଓ ଏକାଦଶୀ ର ବିଶେଷ ସଂଯୋଗ ଘଟୁଥିବା କାରଣ ରୁ ନାରୀ ମାନେ ଆଜିର ଦିନରେ ମହାଦେବ ଙ୍କ ନିକଟ ରେ ଶିବ ପଞ୍ଚାକ୍ଷରି ପାଠ କରନ୍ତୁ । ଏହାଦ୍ବାରା ସ୍ବାମୀ ସନ୍ତାନ ଙ୍କ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
* ଯେଉଁ ବ୍ୟକ୍ତି ମାନେ ଧନ ସମ୍ବନ୍ଧୀୟ ସମସ୍ୟା ର ସମୁଖୀନ ହେଉଛନ୍ତି ସେମାନେ ଆଜିର ଦିନରେ ମହାଦେବ ଙ୍କୁ ଆରାଧନା କରନ୍ତୁ ଓ ବୃଦ୍ଧ ବୃଦ୍ଧା ଙ୍କ ସେବା କରନ୍ତୁ । ଏହାଦ୍ବାରା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ ।
* ଏହିଦିନ ସୂର୍ଯ୍ୟ ଦେବ ଙ୍କ ପୂଜା କରିବା ଦ୍ୱାରା ଆରୋଗ୍ୟ ମିଳିଥାଏ । ମାନ ସମ୍ମାନ ଲାଭ ହୋଇଥାଏ , ବଳ ବୁଦ୍ଧି ବୃଦ୍ଧି ହୋଇଥାଏ । ତେଣୁ ଆଜିର ଦିନରେ ସୂର୍ଯ୍ୟ ଦେବଙ୍କୁ ତମ୍ବା ଗଡୁ ରେ ନାଲି ଫୁଲ ଓ ଜଳ ଦାନ କରନ୍ତୁ । ଏପରି କରିବା ଦ୍ବାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ ।
Nalco
Leave A Reply