ଆଜିକାଲି ସମସ୍ତେ ନିଜକୁ ସୁଗନ୍ଧିତ ରଖିବା ପାଇଁ ବିଭିନ୍ନ ପ୍ରକାର ସୁଗନ୍ଧିତ ସାମଗ୍ରୀ ବ୍ୟବହାର କରୁଛନ୍ତି ଓ ବିଶେଷ ଭାବରେ ଡିଓ ସ୍ପ୍ରେ ବ୍ୟବହାର କରୁଛୁ । କୁହାଯାଏ ଯେ କନ୍ଫିଡେନ୍ସ ସ୍ତର କୁ ବୃଦ୍ଧି କରିଥାଏ ସୁଗନ୍ଧିତ ଦ୍ରବ୍ୟ । କିନ୍ତୁ ଆପଣ କଣ ଜାଣିଛନ୍ତି ଡିଓଡ୍ରାଣ୍ଟ
ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ଅଟେ । ଯାହାକି ଆମକୁ କ୍ୟାନ୍ସର ଓ ଆଲଜୈମାର ଦ୍ଵାରା ପ୍ରଭାବିତ କରିଥାଏ ।
ଏହି ଡିଓଡ୍ରାଣ୍ଟ କୁ ନେଇ ନିକଟରେ ଗୋଟିଏ ଅଧ୍ୟୟନ ହୋଇଥିଲା । ଏହି ଅଧ୍ୟୟନ ରେ କିଛି ବ୍ୟକ୍ତି ଙ୍କୁ ସାମିଲ କରାଯାଇ ଥିଲା । ଗବେଷକ ଙ୍କ ଅନୁସାରେ କୁହାଯାଇଛି ଯେ ଡିଓଡ୍ରାଣ୍ଟ ଦ୍ଵାରା ହର୍ମୋନ ସନ୍ତୁଳନ , ଅଲସର୍ , ସ୍କିନ୍ ପ୍ରୋବ୍ଲେମ୍ ଓ ନର୍ଭ ସିଷ୍ଟମ ରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ । ଇଣ୍ଡିଆନ୍ ଏକ୍ସପ୍ରେସ ର ଗୋଟିଏ ରିପୋର୍ଟ ଅନୁସାରେ ଡିଓଡରାଣ୍ଟ ରେ ଆଲୁମିନିଅମ କମ୍ପାଉଣ୍ସ୍ ରହିଥାଏ । ଯାହାକି ଝାଳ କୁ ଅଟକାଇବା ସହ ଝାଳ ର ଦୁର୍ଗନ୍ଧ କୁ ବୃଦ୍ଧି କରୁଥିବା ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ ।
କିନ୍ତୁ ସବୁଠୁ ବଡ଼ ଚିନ୍ତାର କାରଣ ହେଲା ଡିଓଡରାଣ୍ଟ ରେ ଥିବା ଅସ୍ପିରାଣ୍ଟ ରେ ଥିବା ଆଲୁମିନିୟମ କମ୍ପାଉଣ୍ଡ କୁ ନେଇ , ଯାହାକି ବ୍ରେଷ୍ଟ କ୍ୟାନ୍ସର ଓ ଅଲଜାଇମାର୍ ର କାରଣ ଅଟେ । ସବୁଠୁ ଚିନ୍ତାର କାରଣ ଏହାକି କିଛି
ଡିଓଡରାଣ୍ଟ ଓ ଅସ୍ପିରଣ୍ଟ ରେ ଥେଲେଟସ ଓ ପେରା ବେନ୍ସ ଭଳି କେମିକାଲ ରହିଛି । କାହାକୁ ନେଇ ଦାବି କରାଯାଇଛି ଯେ ଏହା ହର୍ମନ ଅସନ୍ତୁଳନ ରଖିବା ସହିତ ଅନେକ ଗୁଡ଼ିଏ ସ୍ବାସ୍ଥ୍ୟ ସମସ୍ୟା ର କାରଣ ହୋଇଥାଏ । ଯଦି ଡିଓଡରାଣ୍ଟ ସହିତ ଆପଣଙ୍କ ର ତ୍ୱାଚା ଜନିତ କିଛି ସମସ୍ୟା ଦେଖା ଯାଉଛି ତେବେ ଆପଣ ସ୍କିନ୍ ଏକ୍ସ ପର୍ଟ ଙ୍କୁ ସାକ୍ଷାତ କରନ୍ତୁ।