Odisha news

ଶନିଦେବଙ୍କ ସହିତ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି ଉପାୟ, ଦୂର ହେବ ଦରିଦ୍ରତା

0

ଶନିବାର ଦିନ ପ୍ରାୟ ଆମେ ସମସ୍ତେ ଶନି ଦେବଙ୍କୁ ପୂଜା କରିଥାଉ, କିନ୍ତୁ ଶନିବାର ଦିନ ଶନି ଦେବଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ପିଜା କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟ ଓ କଷ୍ଟ ଦୂର ହୋଇଥାଏ l ହିନ୍ଦୁ ଧର୍ମରେ ଶନି ଦେବ ଙ୍କୁ ସୂର୍ଯ୍ୟ ପୁତ୍ର କର୍ମ ଫଳ ଦାତା ଅଟନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଏପରି ଗ୍ରହ ଯିଏ କି ମଣିଷର ଭାଗ୍ୟ ବଦଳାଇ ରଙ୍କ ରୁ ରାଜା କରି ଦେଇଥାଏ l କିନ୍ତୁ ଯାହା ଉପରେ ଶନି ଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି ତା ଜୀବନ ରେ ଅନେକ ଯାତନା ଭରି ଦେଇ ଥାଆନ୍ତି l ତେଣୁ ଏଥିରୁ ରକ୍ଷା ପାଇବା ପାଇଁ କିଛିଟା ଉପାୟ ପ୍ରତି ଶନିବାର ଦିନ କରିବା ଆବଶ୍ୟକ l

* ମାତା ଲକ୍ଷ୍ମୀ ଓ ଶନି ଦେବଙ୍କ କୃପା ପାଇବା ପାଇଁ ପ୍ରତି ଶନିବାର ଦିନ ଓସ୍ତ ବୃକ୍ଷକୁ ପୂଜା କରନ୍ତୁ –
ଓସ୍ତ ବୃକ୍ଷର ପୂଜା ଆପଣ ଯଦି ଶନିବାର ଦିନ ଦୁଇଥର କରିବେ ତେବେ ଶନି ଦେବ ଙ୍କ କୃପା ଲାଭ କରିବେ l ତା ସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ କରିବେ l ମାନ୍ୟତା ଅନୁସାରେ ଓସ୍ତ ବୃକ୍ଷ ଭଗବାନ ବିଷ୍ନୁ ଙ୍କ ରୂପ ଅଟେ l

* ଶନିବାର ଦିନ ଛାଇ ଦାନ କରନ୍ତୁ – ଏହାର ଅର୍ଥ ଶନିବାର ଦିନ ଗୋଟିଏ ଲୁହl ପାତ୍ର ରେ ସୋରିଷ ତେଲ ଭରି  ସେଥିରେ ନିଜ ମୁହଁ କୁ ଦେଖି କୌଣସି ଶନି ମନ୍ଦିର ରେ ଦରିଦ୍ର ଭିକାରି କୁ ଦାନ କରନ୍ତୁ l ଏହାଦ୍ୱାରା ଶନି ଦୋଷ ରୁ ମୁକ୍ତି ପାଇବେ l

* ଲକ୍ଷ୍ମୀଙ୍କୁ ପଦ୍ମ ଅର୍ପଣ କରନ୍ତୁ –
ଶନିବାର ଦିନ ମତ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଦ୍ମଫୁଲ ଅର୍ପଣ କରିବା ସହିତ ଦୁଗ୍ଧରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରନ୍ତୁ l ଏହାଛଡା ଗୋଟିଏ ପାତ୍ରରେ ଦୁଗ୍ଧ ଭାରି ଓସ୍ତ ବୃକ୍ଷ ନିକଟରେ ରଖନ୍ତୁ l ଏହି ସମୟରେ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ l

* ହନୁମାନ ଚାଳିଶା ଓ ସୁଂଦରକାଣ୍ଡ ପାଠ କରନ୍ତୁ –
ଶନିବାର ଦିନ ନିଜ ଭାଗ୍ୟକୁ ଚମକାଇବା ପାଇଁ ହନୁମାନଙ୍କ ନିକଟରେ ପ୍ରତି ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ସହିତ ସୁନ୍ଦରାକାଣ୍ଡ ପାଠ କରନ୍ତୁ l ଏହାଦ୍ୱାରା ଜୀବନ ର ସମସ୍ତ ସଙ୍କଟ ଦୂର କରି ଥାନ୍ତି l ହନୁମାନଙ୍କ କୃପା ରୁ ଜୀବନରେ ଦୁଃଖ, ଭୟ, ସଙ୍କଟ, ରୋଗ ସବୁ କିଛି ଦୂର ହୋଇଥାଏ l

Leave A Reply